ଭୟ ବଢ଼ାଉଛି ହାତୀ ଆକ୍ରମଣ । ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ । ଚାରି ଦିନ ପରେ ଗାଁ ନିକଟରୁ ଉଦ୍ଧାର ହେଲା ମୃତଦେହ । ଏହି ଘଟଣାରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି । ହାତୀ ଆକ୍ରମଣ କରିବା ଯୋଗୁ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଦୀର୍ଘ ଚାରିଦିନ ପରେ ମୃତଦେହ ଉଦ୍ଧାର ହୋଇଛି । ବନବିଭାଗ ର ଅବହେଳା ଯୋଗୁଁ ହାତୀ ଆକ୍ରମଣ କରିଥିବା ଚାରି ଦିନ ପରେ ଖବର ପାଇ ଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ବରଗଡ଼ ଜିଲ୍ଲାରୁ ।
ସୂଚନା ଅନୁଯାୟୀ,ବରଗଡ଼ ଜିଲ୍ଲା ପାଇକମାଳ ରେଞ୍ଜର ଝାରବନ୍ଧ ସେକ୍ସନ ଅନ୍ତର୍ଗତ ଗୋଠୁଗୁଡା ଗ୍ରାମପଞ୍ଚାୟତର ଡୁଙ୍ଗୁରିଚଢା ଗ୍ରାମର ଚୁହୁରି ଟାଣର ପାଖ ଜଙ୍ଗଲରେ ଶବପଡିଥିବା ସୂଚନା ମିଳିଥିଲା। ଜଙ୍ଗଲରେ ହାତୀ ଆକ୍ରମଣ କରିଥିବା ଚାରି ଦିନ ପରେ ଶବ କୁ ଛେଲି ଚରୁଆଲି ଗାଁ ନିକଟ ଜଙ୍ଗଲରୁ ଶଵ ପଡ଼ିଥିବା ଦେଖି ଓ ଗାଁ ଲୋକଙ୍କୁ ଖବର ଦେଇଥିଲେ ଗାଁ ଲୋକେ ତୁରନ୍ତ ବନବିଭାଗ କୁ ଖବର ଦେଇଥିଲେ। ଖବର ପାଇ ସଙ୍ଗେ ସଙ୍ଗେ ବନବିଭାଗ ସେଠାରେ ପହଂଚି ଥିଲେ। ଏହାପରେ ଗ୍ରାମଲୋକଙ୍କ ସହ ବନ ବିଭାଗ ମୃତ ଦେହ ଉଦ୍ଧାର କରିଥିଲେ ।
ମୃତକ ବ୍ୟକ୍ତି ଜଣକ ଚୂହୁରି ଟାଣରେ ନିଜ ଝିଅ ଘରେ ରହିଆସୁଥିଲେ । କ୍ଷେତକୁ ଚାଷ କରିବା ପାଇଁ ଯାଇଥିବା ବେଲେ ହାତୀ ଆକ୍ରମଣର ଶିକାର ହୋଇଥିବାର ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଚାଷ କରିବା ପାଇଁ ଯାଇଥିବା ବେଳେ ଘରକୁ ଫେରିନଥିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ । ବହୁ ଖୋଜା ଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା । ଦୀର୍ଘ ଚାରିଦିନପରେ ଜଙ୍ଗଲରେ ତାଙ୍କର ମୃତଦେହ ପଡିଥିବାର ସୂଚନା ମିଳିଥିଲା । ତେବେ ବନ ବିଭାଗର ଅବହେଳାରୁ ବିଳମ୍ବରେ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି ବୋଲି ସ୍ଥାନୀୟ ବସି ଅଭିଯୋଗ କରିଛନ୍ତି ।
ଏପରିକି ପୂର୍ବରୁ ମଧ୍ୟ ଗୋଟିଏ ଭାଲୁ ପଚିସଢି ଗଲାପରେ ବନବିଭାଗ ଖବର ପାଇଥିଲା ଏବଂ ନିତ୍ୟାନନ୍ଦପୁର ଗ୍ରାମ ର ଜଣକୁ ଭାଲୁ ଆକ୍ରମଣ କରିଥିଲା ସେ ଗୁରୁତର ଆହତ ହୋଇଥିଲେ ଓ ଜମି ବାଡ଼ି ବନ୍ଧକ ରଖି ଚିକିତ୍ସା ହୋଇଥିଲା। ହେଲେ ଆଜି ପଯ୍ୟନ୍ତ କୌଣସି ସରକାରି ଅର୍ଥ ରାଶି ପାଇନାହାନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ବନବିଭାଗ ର ଅପାରଗତା ଯୋଗୁ ବାରମ୍ବାର ଏହି ପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି। ଘଟଣାସ୍ଥଳରେ ଝାରଵନ୍ଧ ପୋଲିସ ପହଞ୍ଚି ଶବକୁ ଜବତ କରି ଶଵ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡରକୁ ପଠାଇ ଥିବା ସୂଚନା ମିଳିଛି। ମୃତକ ପରିବାର କୁ ସରକାର ତୁରନ୍ତ ଅର୍ଥ ରାଶି ପ୍ରଦାନ କରିବା ପାଇଁ ସାଧାରଣରେ ଦାବି କରାଯାଇଛି ।
ଅଧିକ ପଢନ୍ତୁ :ହାତୀ ଘଉଡାଇବା ବେଳେ ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବୋମା