ହାତୀ ଘଉଡାଇବା ବେଳେ ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବୋମା। ତେବେ ଏଭଳି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅଧୁନ ନୂଆଭୁବନରେ ଘଟିଛି। ଭୁବନ ବନାଞ୍ଚଳ ଅନ ନୂଆଭୁବନରେ ଗୋଟିଏ ଦନ୍ତା ଓ ମାଈ ହାତୀ ଧସେଇ ପସିଥିବା ଖବର ପାଇ ଭୁବନ ବନାଞ୍ଚଳର କର୍ମଚାରୀ ହାତୀ ଘଉଡାଇବାକୁ ପ୍ରୟାସ କରିଥିଲେ। ଦୁଇ ହାତୀ ନିକଟକୁ ବୋମା ଫିଙ୍ଗିବା ବେଳେ ସାମାନ୍ୟ ଅସାଵଧାନତା କାରଣରୁ ବନ କର୍ମଚାରୀଙ୍କ ହାତରେ ବୋମା ଫୁଟି ଯାଇଥିଲା।
ସୂଚନା ଅନୁସାରେ , ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅଧୁନ ନୂଆଭୁବନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଦନ୍ତା ଓ ମାଈ ହାତୀ ପସିଯାଇଥିଲେ। ଏହାପରେ ଖବର ପାଇ ଭୁବନ ବନାଞ୍ଚଳର କର୍ମଚାରୀ ହାତୀ ଘଉଡାଇବାକୁ ଘଟଣାସ୍ଥଳରେ ପହଂଚିଥିଲେ। ଏହାପରେ ବନ କର୍ମଚାରୀ ଦୁଇ ହାତୀ ନିକଟକୁ ବୋମା ଫିଙ୍ଗିଥିଲେ। ସେହି ସମୟରେ ଜଣେ ବନ ବିଭାଗ କର୍ମଚାରୀଙ୍କ ହାତରେ ବୋମାଟି ହାତରେ ଫାଟି ଯାଇଥିଲା। ଏପରିକି ତାଙ୍କ ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିବା ସହିତ ଡାହାଣ ହାତର ତିନୋଟି ଆଙ୍ଗୁଳି ଫାଟି ଯାଇଥିଲା। ତେଣୁ ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଚିକିତ୍ସା କରିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ସୂଚନା