କେନ୍ଦ୍ରାପଡ଼ା ସଦର ଥାନା ପରିସରରେ ଜଣେ ବୃଦ୍ଧ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।ସମ୍ପୃକ୍ତ ବୃଦ୍ଧ ଜଣକ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଇପୁର ଗାଁର ଶିବ ପ୍ରସାଦ ପ୍ରଧାନ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ ପୁଅ ଏବଂ ବୋହୂଙ୍କ ଦ୍ୱାରା ହେଉଥିବା ନିର୍ଯାତନା ଓ ପାରିବାରିକ ଜମି ବିବାଦ ନେଇ ସେ ବାରମ୍ବାର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନ ନେବାରୁ ସେ ନିରାଶ ହୋଇ ଏହି ଚରମ ପଦକ୍ଷେପ ନେଇଛନ୍ତି। ବିଷ ପିଇବା ପରେ ଥାନା କର୍ମଚାରୀ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।