ବରଗଡ଼ : ବିଶ୍ୱପ୍ରସିଦ୍ଧ ୭୯ତମ ବରଗଡ଼ ଧନୁଯାତ୍ରା ପାଇଁ ମହାରାଜା କଂସ ଭୂମିକାରେ ଅଭିନୟ କରିବାକୁ ଗୋଲାପ ଚନ୍ଦ୍ର ଦାସ ମନୋନୀତ ହୋଇଛନ୍ତି।
ଆଜି ବରଗଡ଼ଠାରେ ଅନୁଷ୍ଠିତ ହୋଇଥିବା ଅଡିସନ୍ ପରେ ତାଙ୍କ ନାମ ଘୋଷଣା କରାଯାଇଛି। ନୂତନ କଂସଙ୍କ ନାମ ଘୋଷଣା କଲେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର। ୨୭ ପ୍ରାର୍ଥୀଙ୍କୁ ପଛରେ ପକାଇ କଂସ ଭୂମିକା ପାଇଁ ଗୋଲାପ ଚନ୍ଦ୍ର ଦାସ ମନୋନୀତ ହୋଇଛନ୍ତି।
ଗୋଲାପ ଚନ୍ଦ୍ର ଦାସ ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳର ବାସିନ୍ଦା। ଅଡିସନ୍ରେ ଅଂଶଗ୍ରହଣ କରିଥିବା ଅନ୍ୟ ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ନିଜର ଦମଦାର ଅଭିନୟ, ଶାରୀରିକ ଭାଷା, ସଂଳାପ ଉଚ୍ଚାରଣ ଏବଂ କଂସଙ୍କ ଭଳି ଗମ୍ଭୀର ଅଟ୍ଟହାସ୍ୟ ବଳରେ ସେ ବିଚାରକ ମଣ୍ଡଳୀଙ୍କ ମନ ଜିତିଛନ୍ତି।
ଆସନ୍ତା ୨୦୨୭ ମସିହା ଜାନୁଆରୀ ୧୨ ତାରିଖରୁ ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ୧୧ ଦିନ ବ୍ୟାପୀ ୭୯ତମ ବରଗଡ଼ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ। ଯେଉଁଥିରେ ନୂତନ କଂସ ମହାରାଜା ଭାବେ ଗୋଲାପ ମଥୁରା ନଗରୀରେ ରାଜୁତି କରିବେ। ପୂର୍ବରୁ ସେ ଧନୁଯାତ୍ରାରେ ମହାମନ୍ତ୍ରୀ ଭୂମିକାରେ ଅଭିନୟ କରୁଥିଲେ।