ଭୁବନେଶ୍ୱର: ଓଡ଼ିଶା ପୋଲିସରେ ମହିଳା କର୍ମଚାରୀଙ୍କ ପାଇଁ ନୂଆ ଗାଇଡ୍ଲାଇନ୍। ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ପୋଲିସଙ୍କୁ ଆଉ କରିବାକୁ ପଡ଼ିବନି ରାତି ପାଟ୍ରୋଲିଂ କିମ୍ବା କଠିନ ଡ୍ୟୁଟି। ବର୍ଷକୁ ମିଳିବ ୧୨ ଦିନ ଅତିରିକ୍ତ କାଜୁଆଲ୍ ଲିଭ୍। ଏପରିକି ଛୁଟି ପାଇଁ ଆବେଦନ କଲେ ମିଳିବ ତୁରନ୍ତ ଅନୁମତି। ମହିଳା ପୋଲିସଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଓ ମାନସିକ ସୁସ୍ଥତାକୁ ନଜରରେ ରଖି ଏହି ପଦକ୍ଷେପ ନେଇଛି ଓଡ଼ିଶା ପୋଲିସ।
ତେବେ ଏହି ନୂଆ ନିୟମକୁ ନେଇ ଖୁସି ମଧ୍ୟରେ ଉଠିଛି ଆଉ ଏକ ବଡ଼ ପ୍ରଶ୍ନ। ଯଦି ମହିଳା ପୋଲିସଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ସରକାର ଚିନ୍ତା କରୁଛନ୍ତି, ତେବେ ୭୦ ହଜାର ପୋଲିସ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ବୀମା ଦାବି କେବେ ପୂରଣ ହେବ?