ଭୁବନେଶ୍ୱର : ଓଡ଼ିଶା ସରକାର ଅଙ୍ଗନବାଡ଼ି କର୍ମଚାରୀ ଏବଂ ସହାୟିକାଙ୍କ ମାସିକ ଦରମା ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ ପରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବିଧାନସଭାରେ ଏହି ଘୋଷଣା କରିଛନ୍ତି।
ଅଙ୍ଗନବାଡ଼ି କର୍ମୀଙ୍କ ମାସିକ ଦରମା ୧୦ ହଜାର ଟଙ୍କାରୁ ବଢ଼ି ୧୨ ହଜାର ଟଙ୍କା ହୋଇଛି। ସେହିପରି ଅଙ୍ଗନବାଡ଼ି ସହାୟିକାଙ୍କ ଦରମା ୫ ହଜାରରୁ ବୃଦ୍ଧି ପାଇ ୬ ହଜାର ଟଙ୍କା ହୋଇଛି।
କେବଳ ଦରମା ନୁହେଁ, ମୃତ୍ୟୁକାଳୀନ ଓ ଅବସରକାଳୀନ ସହାୟତା ରାଶି ମଧ୍ୟ ବୃଦ୍ଧି କରାଯାଇଛି। ମୃତ୍ୟୁକାଳୀନ ସହାୟତା ରାଶି ୨ ଲକ୍ଷରୁ ୪ ଲକ୍ଷ ଟଙ୍କାକୁ ବଢ଼ିଛି। ଅଙ୍ଗନବାଡ଼ି କର୍ମୀଙ୍କ ଅବସରକାଳୀନ ସହାୟତା ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ହୋଇଥିବାବେଳେ ସହାୟିକାଙ୍କ କ୍ଷେତ୍ରରେ ଏହା ୫୦ ହଜାରରୁ ବଢ଼ି ଦେଢ଼ ଲକ୍ଷ ଟଙ୍କା ହୋଇଛି। ଏହି ଘୋଷଣା ସହ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।