ବ୍ରହ୍ମପୁର : ୫୦୦ କୋଟି ଟଙ୍କା ଚିଟଫଣ୍ଡ ଠକେଇ ମାମଲାରେ ବ୍ରହ୍ମପୁରରେ ଇଡିର ବଡ଼ଧରଣର ଚଢାଉ । ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ କମ୍ପାନୀ ମାଲିକ ପ୍ରଦୀପ ସିଂହଙ୍କ ଘରେ ରେଡ୍। ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚାଲିଛି ଚଢାଉ । ବର୍ତ୍ତମାନ ପର୍ଯ୍ୟନ୍ତ ଇଡିକୁ କେତେ ପରିମାଣର ତଥ୍ୟ ମିଳିଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ସୂଚନା ଅନୁଯାୟୀ, କିଛି ବର୍ଷ ତଳେ ଅନେକ ଲୋକଙ୍କ ଠାରୁ ଗ୍ରୀନ ଇଣ୍ଡିଆ ଚିଟଫଣ୍ଡ ସଂସ୍ଥା କୋଟି କୋଟି ଟଙ୍କାର ଠକେଇ ହୋଇଥିବାର ଅଭିଯୋଗ ହୋଇଥିଲା । ଯାହାର ଆକଳନ ପ୍ରାୟ ୫୦୦ କୋଟି ହେବ ବୋଲି ଅଭିଯୋଗ ହୋଇଥିଲା । ଏପିରିକି ୨୦୧୩ ମସିହାରେ କ୍ରାଇମବ୍ରାଞ୍ଚ ମଧ୍ୟ ମାମଲାର ତଦନ୍ତ କରୁଥିଲା । ଆଜି ଗୁରୁବାର ଦିନ ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ ସଂସ୍ଥାର କର୍ତ୍ତୃପକ୍ଷ ପ୍ରଦୀପ ସିଂହଙ୍କ ବ୍ରହ୍ମପୁର ସ୍ଥିତ ଅଯୋଧ୍ୟା ନଗର ଠାରେ ଥିବା ଏକ ଘରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଯୋଧ୍ୟା ନଗର ବ୍ୟତୀତ ଆଉ କିଛି ସ୍ଥାନରେ ମଧ୍ଯ ଚଢାଉ ହୋଇଛି ବୋଲି ସୂଚନା ମିଳିଛି ।