କଳାହାଣ୍ଡି : ଉତ୍କଳ ଆଲୁମିନାର ଏକ ସିଏସଆର ପଦକ୍ଷେପ ଗ୍ରହଣର ପ୍ରୟାସ ଆରମ୍ଭ କରିଛି ଆତ୍ମ ସୁରକ୍ଷା ତାଲିମ। ଏକ ସୁରକ୍ଷିତ ଆସନ୍ତାକାଲି ପାଇଁ ଝିଅ ମାନଙ୍କୁ ସଶକ୍ତ କରିବା ପାଇଁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ମୁଖ୍ୟାଳୟ ସ୍ଥିତ ଆଦର୍ଶ ବିଦ୍ୟାଳୟ ଠାରେ ୬ ଦିନିଆ ଆତ୍ମ ସୁରକ୍ଷା ତାଲିମ ଶିବିର ଉତ୍କଳ ଆଲୁମିନ ସିଏସଆର ଆନୁକୂଲ୍ୟରେ ଶୁଭ ଉଦଘାଟନ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ସ୍ଥାନୀୟ ତହସିଲଦାର ନିରୋଜ୍ କୁମାର ଭତ୍ରା, ଯୋଗଦେଇଥିବା ବେଳେ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ
ଶିକ୍ଷକ କୃର୍ଭିବାସ ନାଏକ, ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ଓଡିଶା ଆଦର୍ଶ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ ୬ ଦିନିଆ ଆତ୍ମ ସୁରକ୍ଷା ଉପରେ ତାଲିମ ପ୍ରଦାନ କରିବା ପାଇଁ ରିତ୍ୟୁ ମୋହ ତୋ ଓ ରୀନା ମୁନ୍ହି ନିୟୋଜିତ ରହିବେ । ଥୁଆମୂଳ ରାମପୁର ବ୍ଳକର ୮ ଗୋଟି ବିଭିନ୍ନ ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ପାଇଁ ଆତ୍ମ ସୁରକ୍ଷା ଶିବିର ଆୟୋଜିତ ହେବାକୁ ଯାଉଛି ଏଥିରେ ମୋଟ ୨୪୦ ଜଣ ଛାତ୍ରୀ ମାନେ ଆତ୍ମ ସୁରକ୍ଷା ଉପରେ ତାଲିମ ପାଇପାରିବେ। ଆତ୍ମ ସୁରକ୍ଷା ଶିବିର କେବଳ ୩୬ ଦିନ ପାଇଁ ଅବଧୂ ରହିଥିବା ବିଷୟ ସୂଚନା ରହିଛି। ଏହି କାର୍ଯ୍ୟକ୍ରମକୁ ସ୍କୁଲ କତ୍ତୃପକ୍ଷ ଓ ଉତ୍କଳ ଆଲୁମିନା କର୍ମଚାରୀ ସହଯୋଗ କରିଥିଲେ l