ଜୟପୁର: ଗୁରୁବାର ସକାଳୁ ଏକ ଅଘଟଣ ଘଟିଯାଇଛି । ଜୟପୁରର ପଟାଙ୍ଗୀ ବ୍ଲକ ସାଲୁର ଘାଟିରେ ଏକ ଯାତ୍ରୀବାହି ବସ ଜଳିଯାଇଛି । ଯାହା ଫଳରେ ଏକ ବଡ ବିପଦରୁ ଅଳ୍ପକେ ବର୍ତିଯାଇଛନ୍ତି ଯାତ୍ରୀ ।
ସୂଚନା ଅନୁସାରେ, ଗୁରୁବାର ସକାଳୁ ବସଟି ବିଜୟନଗର ଠାରୁ ଜୟପୁର ଅଭିମୁଖେ ବାହାରିଥିଲା । ଆନ୍ଧ୍ର ସୀମାନ୍ତ କେନାୱାଲାସର ପ୍ରଥମ ଘାଟି ଚଢୁଥିବା ବେଳେ ହଠାତ ବସ ଇଂଜିନରୁ ଧୂଆଁ ବାହାରିଥିଲା । ଆଉ ଦେଖୁ ଦେଖୁ ନିଆଁର ପ୍ରକୋପ ବଢି ଚାଲିଲା । ଯାହାକୁ ଦେଖି ବସ ଡ୍ରାଇଭର ତୁରନ୍ତ ଗାଡି ରଖି ଲୋକମାନଙ୍କୁ ଓହ୍ଲାଇବାକୁ କହିଥିଲେ । ଯାହା ପଳରେ ଏକ ବଡ ବିପଦରୁ ଅଳ୍ପକେ ବର୍ତି ଯାଇଥିଲେ ଯାତ୍ରୀ । ତେବେ ଏନେଇ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିବା ବେଳେ ଇଂଜିନ ସର୍ଟ ସର୍କିଟ ଯୋଗୁଁ ବସରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।