ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ବୁଧବାର ସାମ୍ବାଦିକ ସମ୍ମିଳନୀ କରି ହରିୟାଣା ନିର୍ବାଚନରେ କେମିତି ଭୋଟ୍ ଚୋରି କରାଯାଇଥିଲା, ତାହାର ତଥ୍ୟ ରଖିଥିଲେ । ଏହି ସମୟରେ ସେ ସ୍କ୍ରିନରେ ଜଣେ ମହିଳାଙ୍କ ଫଟୋ ରଖିଥିଲେ । ଏହା ସହ ଲେଖିଲେ ଏହି ମହିଳା କିଏ ? ଏହା ପରେ ଏହି ମହିଳାଙ୍କ ପରିଚୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗାଲ । ଏହା ମଧ୍ୟରେ ଖୋଦ୍ ଏହି ମଡେଲ ଏବେ ସାମ୍ନାକୁ ଆସିଛନ୍ତି । ଭାରତ ରାଜନୀତିରେ ତାଙ୍କୁ ନେଇ ହେଉଥିବା ଚର୍ଚ୍ଚା ଉପରେ ଜବାବ ଦେଇଛନ୍ତି ।
ଫଟୋରେ ଦେଖା ଯାଉଥିବା ମହିଳାଙ୍କ ନାଁ ହେଉଛି ଲାରିସା ନେରି । ଦ ପ୍ରିଣ୍ଟର ରିପୋର୍ଟ ଅନୁସାରେ, ବ୍ରାଜିଲର ବେଲୋ ହୋରିଜୋଣ୍ଟରେ ଲାରିସା ସେଲୁନ ଦେଇଛନ୍ତି । ସେ ପେଶାରେ ଜଣେ ହେୟାର ଡ୍ରେସର । ସେ ନିଜକୁ ଡିଜିଟାଲ ଇନଫ୍ଲୁଏନ୍ସର ମଧ୍ୟ ଦର୍ଶାଇଛନ୍ତି । ଖାସ୍ କଥା ସେ କେବେ ବି ବ୍ରାଜିଲ ବାହାରକୁ ଯାଇ ନାହାନ୍ତି । ଭାରତରେ ତାଙ୍କର ଫଟୋ ବ୍ୟବହାର ନେଇ ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।
ବ୍ରାଜିଲର ନ୍ୟୁଜ ଏଜେନ୍ସି ଆଓସ ଫେଟୋସର ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ନେରି କହିଛନ୍ତି, ମୋତେ ଲାଗୁଛି ଏହା ସବୁ କମେଡି । ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଅନେକ ଭିଡିଓ ମଧ୍ୟରୁ ଗୋଟିଏରେ ନେରି କହୁଛନ୍ତି, ଭାରତରେ ଭୋଟରଙ୍କୁ ଠକିବା ପାଇଁ ମୋ ଫଟୋ ବ୍ୟବହାର କରିଛନ୍ତି । ମୋ ଫଟୋକୁ ଏମିତି ବ୍ୟବହାର କରାଯାଇଛି, ଯେମିତି ମୁଁ ଜଣେ ଭାରତୀୟ । କଣ ଆପଣଙ୍କୁ ବିଶ୍ୱାସ ହେଉଛି । ଆମେ କେଉଁ ଧରଣର ପାଗଲାମି ଦୁନିଆରେ ଅଛନ୍ତି । ମୁଁ ଭାରତରେ ରହସ୍ୟମୟୀ ବ୍ରାଜିଲିୟନ ମଡେଲ ଭାବେ ଫେମସ ହୋଇଗଲି ।
ସେ କହିଛନ୍ତି ଭାରତୀୟ ନିର୍ବାଚନ ସହ ମୋର କୌଣସି ସମ୍ବନ୍ଧ ନାହିଁ । ମୁଁ ଜଣେ ପେଶାଦାର ମଡେଲ ବି ନୁହେଁ । ସେହି ସମୟରେ ଜଣେ ବନ୍ଧୁଙ୍କ ସାହାଯ୍ୟ ପାଇଁ ଗୋଟିଏ ଫଟୋ ଦେବାକୁ ପ୍ରସ୍ତୁତ ହୋଇଗଲି । ତେବେ ଭାରତରେ ମୋ ଫଟୋକୁ ନେଇ ଏମିତି ରାଜନୀତି ହେବ ମୋ କଳ୍ପନା ବାହାରେ ।
Also read: ବମ୍ବେ ହାଇକୋର୍ଟର ନୂତନ କୋଠା ନେଇ ସିଜେଆଇ କହିଲେ...