ନୂଆଦିଲ୍ଲୀ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଚତୁର୍ଥ ଟି-୨୦ ମ୍ୟାଚ୍ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ବର୍ତ୍ତମାନ ୧-୧ରେ ବରାବର ରହିଛି । ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇଯିବା ପରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଏବଂ ଭାରତ ତୃତୀୟ ଟି-୨୦ ମ୍ୟାଚ୍ ଜିତିଥିଲା । ଆଜିର ମ୍ୟାଚ୍ ଜିତି ଅଗ୍ରଣୀ ହାସଲ କରିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବେ ଦୁଇ ଟିମ୍ । ଦ୍ୱିତୀୟ ମ୍ୟାଚକୁ ସହଜରେ ଜିତିଥିବା ଭାରତର ଆତ୍ମ ବିଶ୍ୱାସ ଭରି ରହିଛି ।
ଅଷ୍ଟ୍ରେଲିଆର ଓପନିଂ ବ୍ୟାଟର ଟ୍ରେଭିସ ହେଡ ସିରିଜର ଚତୁର୍ଥ ମ୍ୟାଚ୍ ଖେଳିବେ ନାହିଁ । ସିନ ଏବଟ ମଧ୍ୟ ଆଗାମୀ ମୁକାବିଲାରୁ ବାଦ୍ ପଡିଛନ୍ତି । ଅନ୍ୟପଟେ କୁଲଦୀପ ଯାଦବ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପ୍ରସ୍ତୁତି ପାଇଁ ଭାରତ ଫେରି ଆସିଛନ୍ତି । ଆଜିର ମ୍ୟାଚ୍ କୁଇନ୍ସଲାଣ୍ଡରେ ଖେଳାଯିବ ।
ଏହି ମଇଦାନରେ ଦୁଇଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳା ଯାଇଛି । ଏହି ପିଚ୍ ବ୍ୟାଟରଙ୍କ ପାଇଁ ଅନୁକୂଳ । ଏଠାରେ ସର୍ବାଧିକ ତାପମାତ୍ରା ୨୫ ଡିଗ୍ରୀ ସେଲସିୟସ ଥିବା ବେଳେ ସର୍ବନିମ୍ନ ୧୭ ଡିଗ୍ରୀ ସେଲସିୟସ ରହିପାରେ । ଏହି ବ୍ୟାଟିଂ ପିଚରେ ଭାରତ ଓପନିଂ ବ୍ୟାଟର ଅଭିଷେକ ଶର୍ମା, ଶୁଭମନ ଗିଲ, ତିଳକ ବର୍ମା ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କଠୁ ଭଲ ବ୍ୟାଟିଂର ଆଶା ରଖିଛି । ବୋଲିଂରେ ବରୁଣ ଚକ୍ରବର୍ତ୍ତୀ ଓ ଯଶପ୍ରୀତ ବୁମରା ବିପକ୍ଷ ଦଳକୁ ଅଡୁଆରେ ପକାଇ ପାରନ୍ତି ।
ଅନ୍ୟପଟେ ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ମାର୍ଶ ଓ ଟିମ୍ ଡେଭିଡଙ୍କଠୁ ଅଷ୍ଟ୍ରେଲିଆ ଦମଦାର ଇନିଂସ ଆଶା ରଖିଛି । ବୋଲିଂରେ ନାଥନ ଏଲିସ ଓ ବେନ ଡ୍ୱାରସୁଇସ ଭାରତୀୟ ବ୍ୟାଟରଙ୍କୁ ଅକଳରେ ପକାଇ ପାରନ୍ତି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏ ପର୍ଯ୍ୟନ୍ତ ୩୫ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି । ଭାରତ ୨୧ଟି ମ୍ୟାଚ୍ ଜିତିଥିବା ବେଳେ ଅଷ୍ଟ୍ରେଲିଆ ଜିତିଛି ୧୨ଟି । ୨ଟି ମ୍ୟାଚ୍ ଫଳାଫଳବିହୀନ ରହିଛି ।
Also read: Asia Cup 2025: ଦୁଇଟି ମ୍ୟାଚ୍ରୁ ବ୍ୟାନ ହେଲେ ହାରିସ ରୌଫ, ସୂର୍ଯ୍ୟ-ବୁମରାଙ୍କୁ ବି ମିଳିଲା ଦଣ୍ଡ