ସମ୍ବଲପୁର: ପଥର ମଝିରେ ଫସିଯାଇଥିବା ମହିଳାଙ୍କୁ ଉଦ୍ଧାର କରାଯାଇଛି। ୫ ଘଣ୍ଟାର ରେସକ୍ୟୁ ଅପରେସନ ପରେ ଉଦ୍ଧାର ହୋଇଛନ୍ତି ମହିଳା। ଉଦ୍ଧାର ପରେ ଆମ୍ବୁଲାନ୍ସ ସାହାଯ୍ୟରେ ମହିଳାଙ୍କୁ ସମ୍ବଲପୁର ମେଡିକାଲକୁ ନିଆଯାଇଛି।
ସୂଚନା ମୁତାବିକ, କାର୍ତ୍ତିକ ପୂର୍ଣ୍ଣିମାରେ ସମ୍ବଲପୁର ଯୁଜୁମରା ବ୍ଲକ ଭଣ୍ଡାରୀମାଲ ଗାଁରେ ଥିବା ଦୁଇ ପଥର ମଧ୍ୟରେ ଫସିଯାଇଥିଲେ ମହିଳା ସୁଜାତା ମେହେର। ଗାଁର ପଥର ମଝିରେ ଚାଲିବାର ପରମ୍ପରା ଅନୁଯାୟୀ ସୁଜାତା ପଥର ମଧ୍ୟରେ ପଶିଥିବା ବେଳେ ସେଠାରୁ ସେ ବାହାରି ପାରିନଥିଲେ। ତାଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ଶେଷରେ ପଥର କାଟି ଯୁବତୀଙ୍କ ବାହାର କରିବାରେ ସଫଳ ହୋଇଛି ଅଗ୍ନିଶମ ଟିମ୍ ।