ଉପନିର୍ବାଚନ ପାଇଁ ଏବେ ନେତାମୟ ହୋଇଛି ନୂଆପଡ଼ା। ପୂରା ରାଜ୍ୟର ନେତା ଏଠାରେ ଆସି ଡେରା ପକାଇଛନ୍ତି। ୩ ଦଳ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ହାଇଭୋଲଟେଜ୍ ପ୍ରଚାର ଆରମ୍ଭ ହୋଇଯାଇଛି। ଏହାରିଭିତରେ ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କର ପ୍ରଚାର କାର୍ଯ୍ୟକ୍ରମ ରହିଛି। କୋମନାରେ ରୋଡ୍-ସୋରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ପ୍ରଚାରରେ ସାମିଲ ହେବେ। ପରେ ପଞ୍ଚମପୁରରେ ସାଧାରଣ ଏକ ସଭା କରିବେ ବିଷ୍ଣୁଦେବ।
ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଜିତାଇବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର ମୈଦାନକୁ ଓଲ୍ହାଇଛନ୍ତି। ଏହା ପୂର୍ବରୁ ଅକ୍ଟୋବର ୬ ଓ ୧୭ରେ ମୁଖ୍ୟମନ୍ତ୍ରୀ ନୂଆପଡ଼ାରେ ଭୋଟରଙ୍କୁ ସମ୍ବୋଧନ କରିଥିଲେ। ସେପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଆସନ୍ତା ୭ ତାରିଖରେ ପୁଣି ନୂଆପଡା ଯିବେ। ନୂଆପଡା ଓ ଖରିଆର ରୋଡରେ ପ୍ରଚାର କରିବେ ନବୀନ। ଗତ ୩ତାରିଖରେ ନୂଆପଡାର କୋମନାକୁ ଯାଇ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଥିଲେ।
ଅଧିକ ପଢନ୍ତୁ: ଆସିଲାଣି ଶୀତ : ସକାଳୁ ସକାଳୁ କୋହଲା ପାଗ