ଭୁବନେଶ୍ୱର : ସକାଳୁ ସକାଳୁ ଶୀତୁଆ ପାଗ। ଧିରେ ଧିରେ ଶୀତର ଆଗମନ ହେଉଥିବା ନେଇ ଅନୁଭୂତ ହେଲାଣି। ଘାସ ଗାଲିଚା ଓ ରଙ୍ଗବେରଙ୍ଗର ଫୁଲ ଉପରେ କାକରର ଟୋପା, ପ୍ରକୃିତର ସୁନ୍ଦରତାକୁ ଦ୍ୱିଗୁଣିତ କରୁଛି। ଶୀତୁଆ ସକାଳ କବି ଲେଖକଙ୍କୁ ଭାବୁକ କରୁଛି। ତେବେ ଶୀତୁଆ ସକାଳର ମଜା ଉଠାଉଛନ୍ତି ଲୋକେ।
ତେବେ ରାଜ୍ୟରେ କିଛି ଦିନ ହେବ ଜାରି ରହିଥିଲା ଲଘୁଚାପ ଜନିତ ବର୍ଷା। ଏହାପରେ ଧୀରେ ଧୀରେ ପାଗରେ ପରିବର୍ତନ ହୋଇଥିଲା। ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଭୂତ ହେବ ଥଣ୍ଡା। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଶୁଷ୍କ-ଥଣ୍ଡା ବାୟୁ। ଏହାର ପ୍ରଭାବରେ ୨ ରୁ ୩ ଡିଗ୍ରୀ ସେଲସିୟସ କମିଛି ରାତ୍ରି ତପମାତ୍ରା। କିଛି ସ୍ଥାନରେ ଶୀତ ଅନୁଭୂତ ହେଉଛି । ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ୩ ରୁ ୪ ଡିଗ୍ରୀ ସେଲସିୟସ କମିବ ରାତ୍ରି ତାପମାତ୍ର।
ଅଧିକ ପଢନ୍ତୁ : ଧବଳେଶ୍ଵର ପୀଠରେ ସମ୍ପନ୍ନ ହେଲା ମହାପର୍ବ ବଡ ଓଷା, ଲାଗି ହେଲା ଗଜ ଭୋଗ ଓ ତରଣ