ଆଠଗଡ଼ : ବାବା ଧବଳେଶ୍ଵରଙ୍କ ପୀଠରେ  ବିତରଣ ହେଲା ଗଜ ଭୋଗ । ବାବା ଧବଳେଶ୍ଵରଙ୍କ ନିକଟରେ ଲାଗି ହେଲା ତାଙ୍କର ପ୍ରିୟ ଭୋଗ ଗଜ ଭୋଗ ଓ ତରଣ । ଗତକାଲି ମଧ୍ୟରାତ୍ରୀରେ ମନ୍ଦିରର ପହଡ଼ ଖୋଲାଯାଇ ସମସ୍ତ ନୀତିକାନ୍ତି ସମାପନ ପରେ ତ୍ରୟୋଦଶୀ ଓ ଚତୁର୍ଦଶୀର ସନ୍ଧିକ୍ଷଣରେ ବାବାଙ୍କ ନିକଟରେ ସେବାୟତ ଗଜଭୋଗ ଲାଗି କରିଥିଲେ । ସଂସାରର ମଙ୍ଗଳ କାମନା କରି ହରିବୋଲ ଦେବା ପରେ ଗଜଭୋଗ ବିତରଣ କରାଯାଇଥିଲା ।
ପୀଠରେ ଉଜାଗର ରହିଥିବା ହଜାର ହଜାର ଶ୍ରଦ୍ଧାଳୁ ବଡ଼ଓଷା ପାଳନ କରିବା ସହିତ ଗଜଭୋଗ ଓ ତରଣ ପାଇ ବଡ଼ଓଷା ବ୍ରତ ସମାପନ କରିଥିଲେ । ହଜାର ହଜାର ଭକ୍ତ  ମହାନଦୀରେ ବୁଡ ପକାଇଥିବା ବେଳେ ସୁରକ୍ଷା ଲାଗି ନଦୀକୂଳ ଘାଟରେ ପୋଲିସ, ଅଗ୍ନିଶମବିଭାଗ, ଓଡ୍ରାଫ ଟିମ ମୁତାୟନ ହୋଇଥିଲେ । ପୀଠରେ କଟକ ଗ୍ରାମାଞ୍ଚଳ ଏସପି ଓ ଆଠଗଡ଼ ଉପଜିଲ୍ଲାପାଳ ନିଜେ ରହି ସମସ୍ତ ସୁରକ୍ଷା ତଦାରଖ କରିଥିଲେ ।