କଟକ: ଆଜିଠୁ ଦୁଲୁକିବ କଟକ ମହାନଦୀ ପଠା। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଐତିହାସିକ କଟକ ବାଲିଯାତ୍ରା ଆଜି ଉଦଘାଟିତ ହୋଇଯାଇଛି। ଏନେଇ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଲିଯାତ୍ରାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ସାଂସଦ ଭର୍ତ୍ତୃହରି ମହତାବ ଉପସ୍ଥିତ ଥିଲେ।
ବାଲିଯାତ୍ରାକୁ ଉଦଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ଅତିଥିବୃନ୍ଦ ବିଭିନ୍ନ ଷ୍ଟଲ ପରିଦର୍ଶନ କରିଥିଲେ। ପ୍ରଥମ ଦିନରେ ବାଲିଯାତ୍ରାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ବାଲିଯାତ୍ରା ପ୍ରାଚୀନ କାଳରେ ଓଡ଼ିଶାର ସାଧବମାନଙ୍କ ଦ୍ୱାରା ହେଉଥିବା ସାମୁଦ୍ରିକ ବାଣିଜ୍ୟର ସ୍ମୃତିକୁ ମନେ ପକାଇ ଦେଇଥାଏ। ଏହା ଏକ ବୃହତ ବାଣିଜ୍ୟ ମେଳା ଭାବେ ସର୍ବଭାରତୀୟ ସ୍ତରରେ ପ୍ରସିଦ୍ଧ।
ଅଧିକ ପଢନ୍ତୁ: ଆଜି ଧର୍ମମାସ କାର୍ତ୍ତିକର ଶେଷ ଦିନ; ପାରାଦୀପର ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୋହନ ଚରଣ ମାଝୀ