ନୂଆଦିଲ୍ଲୀ: କୁଇନ୍ସଲାଣ୍ଡରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଭାରତକୁ ଆରମ୍ଭରୁ ଝଟକା ଲାଗିଛି । ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଭାରତ ପ୍ରଥମେ ବ୍ୟାଟିଂ କରୁଛି । ଆଜି ମ୍ୟାଚକୁ ନିଜ ନାମରେ କରି ପାଞ୍ଚ ଟିକିଆ ସିରିଜରେ ଭାରତ ଆଗୁଆ ରହିବାକୁ ମଇଦାନକୁ ଓହ୍ଲାଇବ । ତେବେ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।
ଚୂଡ଼ାନ୍ତ ଏକାଦଶରେ ରହିଛନ୍ତି ଶୁବମନ ଗିଲ (ଉପ-ଅଧିନାୟକ), ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ଅକ୍ସର ପଟେଲ୍, ଶିବମ୍ ଦୁବେ, ଜିତେଶ ଶର୍ମା (ୱିକେଟ୍ କିପର୍), ୱାଶିଂଟନ୍ ସୁନ୍ଦର, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ ଏବଂ ଯଶପ୍ରୀତ ବୁମରାହ ।
ସେହିପରି ବିପକ୍ଷ ଅଷ୍ଟ୍ରେଲିଆ ଦଳରେ ରହିଛନ୍ତି ଏମ୍. ମାର୍ସ (ଅଧିନାୟକ), ଏମ୍.ସର୍ଟ, ଜେ. ଇଙ୍ଗିଲିସ୍ (ୱିକେଟ୍ କିପର୍), ଟି ଡେଭିଡ୍, ଜେ. ଫିଲିପ୍ପେ, ଏମ୍. ଷ୍ଟୋଇନିସ୍, ଜି. ମ୍ୟାକ୍ସୱେଲ୍, ବି. ବାର୍ଟଲେଟ୍, ଏନ୍. ଏଲ୍ଲିସ୍ ଓ ଏ. ଜମ୍ପା ।
ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ବର୍ତ୍ତମାନ ୧-୧ରେ ବରାବର ରହିଛି । ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇଯିବା ପରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଏବଂ ଭାରତ ତୃତୀୟ ଟି-୨୦ ମ୍ୟାଚ୍ ଜିତିଥିଲା । ଆଜିର ମ୍ୟାଚ୍ ଜିତି ଅଗ୍ରଣୀ ହାସଲ କରିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବେ ଦୁଇ ଟିମ୍ ।