ଯେ କୌଣସି ଉପାୟରେ ଜ୍ଞାନ ହାସଲ କରି ସଙ୍କଟକୁ ସୁଯୋଗରେ ପରିଣତ କରନ୍ତୁ: ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ
Khabar Odisha:Earn-knowledge-in-any-way-and-turn-crisis-into-opportunity-Higher-Education-Minister-Arun-Sahu
କଟକ, ଏପ୍ରିଲ 23(ଖବର ଓଡ଼ିଶା):

ଗୋଟିଏ ପଟେ ଶିକ୍ଷା ଅନ୍ୟପଟେ କରୋନା ଭୂତାଣୁ । ଏହାରି ଭିତରେ ଛନ୍ଦି ହୋଇଯାଇଛନ୍ତି ଛାତ୍ରଛାତ୍ରୀ । ଏହି ମହାମାରୀ କରୋନା ପାଇଁ ଗୋଟିଏ ପରେ ଗୋଟିଏ ପରୀକ୍ଷା ବାତିଲ ହେବାରେ ଲାଗିଛି । ତେବେ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, କରୋନା କ୍ରମାଗତ ଭାବେ ଗୁରୁତର ଓ ସଂକଟ ପରିସ୍ଥିତି ସୃଷ୍ଟି କରିଛି । ଆମକୁ ସଙ୍କଟକୁ ସୁଯୋଗରେ ପରିଣତ କରିବାକୁ ପଡିବ । ଛାତ୍ରଛାତ୍ରୀ ଅଧ୍ୟୟନରେ ଏକଗ୍ର ହେବା ଆବଶ୍ୟକତା ରହିଛି ।

ଅଫ୍ ଲାଇନ ହେଉ ବା ଅନଲାଇନ ହେଉ ଜ୍ଞାନ ହାସଲ କରନ୍ତୁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି । ସୁଚନା ଅନୁସାରେ ରାଜ୍ୟରେ ଆଜି ୬୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ଆଜି ସର୍ବାଧିକ ଚିହ୍ନଟ ହୋଇଛନ୍ତି । 

  • Tags:

Subscribe

National International State Sports Entertainment