ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ବିଜୟ କୁମାର ଉପାଧ୍ୟାୟଙ୍କ ଆବାହନ କ୍ରମେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ଜିଲ୍ଲାରେ ସ୍ମାର୍ଟଫୋନ ଆସେମ୍ବଲି ଟ୍ରେନିଂରେ କୃତକାର୍ଯ୍ୟ ହୋଇଥିବା ୧୫ ଜଣ ଯୁବତୀ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଜିଲ୍ଲାର ବିଭିନ୍ନ ଗ୍ରାମରୁ ଦଶମରୁ ଉର୍ଦ୍ଧ ପାଠ ପଢି ବେକାର ବସିଥିବା ଯୁବତୀ ମାନଙ୍କ ନିମନ୍ତେ ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଙ୍କ ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ଯୋଜନା ଅଧୀନରେ ଗତ ୩ ମାସ ହେଲା ଏହି ଯୁବତୀ ମାନେ ଦେବଗଡ଼ ଦକ୍ଷତା ବିକାଶ କେନ୍ଦ୍ର ଠାରେ ପ୍ରଶିକ୍ଷଣ ନେଉଥିଲେ । ୩ ମାସ ର ପ୍ରଶିକ୍ଷଣ ସଫଳ ରୂପେ ଗ୍ରହଣ କରି ଏହି ଯୁବତୀ ମାନେ ବାଙ୍ଗାଲୋରର କ୍ରିଏଟିଭ ଇଂଜିନିଅର୍ସ କମ୍ପାନୀରେ ନିଯୁକ୍ତି ପାଇବା ପାଇଁ ମନୋନୀତ ହୋଇଛନ୍ତି । ଜିଲ୍ଲାପାଳ ଶ୍ରୀ ସାହୁ ସେମାନଙ୍କର ଉଜ୍ବଳତମ ଭବିଷ୍ୟତ କାମନା କରିଥିବା ବେଳେ ରାଜ୍ୟ ବାହାରକୁ ଯାଇ ରୋଜଗାରକ୍ଷମ ହେବାକୁ ବାହାରିଥିବା ରୁ ଅଶେଷ ଶୁଭକାମନା ଜଣାଇଥିଲେ। ଆଜି ଏହି ଯୁବତୀ ମାନେ ନିଜ କର୍ମସ୍ଥଳୀ ନିମନ୍ତେ ଗସ୍ତ କରିବେ। ବୈଠକରେ ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ସାଥି ସୃଷ୍ଟି ଅବିନାଶ ପୁରୀ, କ୍ୟୁଭାନ ସ୍କିଲ ଏମପାୱାରମେଣ୍ଟ ରୁ ପରାଗ ବାନାର୍ଜୀ, ସେଣ୍ଟର୍ ମ୍ୟାନେଜର ଅକ୍ଷୟ ଦାସ ପ୍ରମୁଖ ଯୋଗ ଦେଇଥିଲେ ।