ଭୁବନେଶ୍ୱର: ଓଡ଼ିଶାରେ ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି.ନାରାୟଣନ୍ । ଆଜି (ବୁଧବାର) ସକାଳେ ସେଣ୍ଟ୍ରାଲ ଟୁଲରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର ବା CTTC ପରିଦର୍ଶନ କରିଛନ୍ତି ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ ବା ISRO ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍ । ଏ ଅବସରରେ ସେ ଅପରେସନ ସିନ୍ଦୂରରେ ନିର୍ଦ୍ଦିଷ୍ଟ ଭାବେ ଇସ୍ରୋର ଭୂମିକା ଥିଲା ତାହା ଜଣାଇ ନଥିଲେ ମଧ୍ୟ ଏବେ ଇସ୍ରୋର ୫୬ ସାଟେଲାଇଟ ଅପରେସନାଲ ଅଛି ବୋଲି କହିଛନ୍ତି।
ସିଟିଟିସି ପରିଦର୍ଶନ ସମୟରେ ସେ ଚନ୍ଦ୍ରାୟାନ ଓ ଗଗନାୟନ ଭଳି ଇସ୍ରୋର ଆଗାମୀ ମିଶନ ସମ୍ପର୍କରେ ସୂଚନା ଦେଇଛନ୍ତି । ଚନ୍ଦ୍ରଯାନ -୪ ପୃଥିବୀ ପ୍ରତ୍ୟାବର୍ତ୍ତନ ପାଇଁ ଚନ୍ଦ୍ର ନମୁନା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଚନ୍ଦ୍ରାୟନ-୫ ଜାପାନ ସହିତ ଏକ ସହଯୋଗୀ ମିଶନ ଅଟେ। ଏବେ ଇସ୍ରୋ ଚନ୍ଦ୍ରାୟନ ୪ ଓ ଚନ୍ଦ୍ରାୟନ-୫ ଉପରେ କାମ କରୁଛି । ଚନ୍ଦ୍ରାୟନ ୪ ଏକ ସାମ୍ପୁଲ କଲେକ୍ସନ ମିଶନ ଭାବେ ଯିବ । ପ୍ରଥମ ଥର ଲାଗି ଏହି ମିଶନ ଚନ୍ଦ୍ରରୁ ନମୂନା ସଂଗ୍ରହ କରି ଭାରତକୁ ଫେରିବ । ଏହାପରେ ଚନ୍ଦ୍ରାୟନ -୫ ଜାପାନର ଜ୍ୟାକ ସହ ମିଶି ଲଞ୍ଚ କରାଯିବ ।