ଭୁବନେଶ୍ବର : ପୁଣି ଚିନ୍ତା ବଢ଼ାଇଲାଣି ସୁନା। ଦିନକୁ ଦିନ ଦର ବଢୁଥିବାରୁ ଚିନ୍ତାରେ ଗ୍ରାହକ। ଗତ କିଛି ଧରି ସୁନା ଦର ବୃହତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ସବୁଠାରୁ ବଡ଼ କଥା ହେଲା ଏବେ ବାହାଘର ସିଜିନ୍ ଥିବାରୁ ସୁନାଦରର ବୃଦ୍ଧି ସୁନାପ୍ରେମୀଙ୍କ ମୁଣ୍ଡ ବିନ୍ଧାଇଦେଇଛି। ଆଜି ଉଭୟ ୨୨ ଓ ୨୪ କ୍ୟାରେଟ୍ ବିଶିଷ୍ଟ ସୁନା ଦର ବଢିଛି । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୭, ୪୨୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୮୯ ହଜାର ୩୦୦ ଟଙ୍କା ରହିଛି।
ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୭, ୪୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୯ ହଜାର ୩୦୦ ଟଙ୍କାକୁ ପହଞ୍ଚିଛି। ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୯୭, ୪୨୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୮୯, ୩୦୦ ଟଙ୍କା ରହିଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୯୭, ୫୭୦ ଟଙ୍କା ଓ ୨୨ କ୍ୟାରେଟ୍ ୮୯,୪୫୦ ଟଙ୍କା ରହିଛି। ତେବେ ବାରମ୍ବାର ଏହିପରି ସୁନା ଦର ବଢିବା ନେଇ ଚିନ୍ତାରେ ଗ୍ରାହକ।