ବଲାଙ୍ଗୀର: ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ବଲାଙ୍ଗୀର ଜିଲ୍ଲାରେ ଚଢାଉ ଆରମ୍ଭ ହୋଇଯାଇଛି । ବଲାଙ୍ଗୀର ଜିଲ୍ଲାର କୋଶଳ କଳା ମଣ୍ଡଳ ପଡିଆରେ ଥିବା ଗ୍ୟାସ ଦୋକାନରେ ଜିଲ୍ଲା ଯୋଗାଣ ବିଭାଗ ଚଢାଉ କରିଛି । ଚଢାଉ ସମୟରେ ଗ୍ୟାସ ସିଲିଣ୍ଡର ଜିଲ୍ଲା ଯୋଗାଣ ବିଭାଗ ଜବତ କରିଛି ।
ଘରୋଇ ଗ୍ୟାସ ସିଲିଣ୍ଡର ବିକ୍ରି ଅଭିଯୋଗରେ ଚଢାଉ କରାଯାଇଥିଲା । କୋଶଳ କଳା ମଣ୍ଡଳ ପଡିଆ ଲାଇନରେ ଥିବା ପ୍ରାୟ ୫ଟି ଗ୍ୟାସ ଦୋକାନରେ ଚଢାଉ କରାଯାଇଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଚଢାଉ କରାଯାଇଥିବାବେଳେ ଅନେକ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି ।