କଟକ: ଜୁଲାଇ ମାସ ୧ ରୁ ଆରମ୍ଭ ହେବ ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ । ଛଅଟି ବିଷୟରେ ହେବାକୁ ଥିବା ଏହି ପରାକ୍ଷା ଜୁଲାଇ ୧ ରୁ ଆରମ୍ଭ ହୋଇ ୧୦ ଯାଏଁ ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ସକାଳ ୯ ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୧ ଟା ୩୦ ପର୍ଯ୍ୟନ୍ତ ଚାଲିବ । କେବଳ ଗଣିତ ପରୀକ୍ଷା ପାଇଁ ଅତିରିକ୍ତ ୧୫ ମିନିଟ ରଖାଯାଇଥିବା ସୂଚନା ମିଳିଛି । ସେହିପରି ଯଦି କାର୍ଯ୍ୟସୂଚୀ ଉପରେ ନଜର ପକାଇବା ତେବେ ପ୍ରଥମ ଦିନ ମାତୃଭାଷା ଓଡ଼ିଆ ରହିଥିବା ବେଳେ ୨ ରେ ସାମାଜିକ ବିଜ୍ଞାନ, ୪ ରେ ଗଣିତ, ୭ ରେ ଇଂରାଜୀ , ୯ ରେ ସାଧାରଣ ବିଜ୍ଞାନ ଓ ୧୦ ତାରିଖରେ ହିନ୍ଦୀ ଏବଂ ସଂସ୍କୃତ ବିଷୟରେ ପରୀକ୍ଷା ହେବ । ଏକ ସମୟରେ ମାଟ୍ରିକ୍ ସପ୍ଲିମେଣ୍ଟରୀ ପରୀକ୍ଷା ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ କରାଯିବ। ଚଳିତ ବର୍ଷ ଫେଲ, ଏମପି ଓ ଅନୁପସ୍ଥିତ କାରଣରୁ ପରୀକ୍ଷାରୁ ବାଦ ପଡିଥିବା ପରୀକ୍ଷାର୍ଥୀ କୃତକାର୍ଯ୍ୟ ହେବା ପାଇଁ ସପ୍ଲିମେଣ୍ଚାରୀ ପରୀକ୍ଷାରେ ସୁଯୋଗ ରହିଛି ।ଏଥିଲାଗି ଗତ ୧୪ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଯାହା ଆସନ୍ତା ୨୬ ତାରିଖ ଯାଏଁ ଚାଲିବ ।