କେନ୍ଦ୍ରାପଡା: ବାରହା ଆକ୍ରମଣ ଜଣେ ଯୁବକ ଗୁରୁତର ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଜମ୍ବୁ ଗ୍ରାମରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ଯୁବକ ଗୁରୁତର ଜଣକ ସିଦ୍ଧାର୍ଥ ମିର୍ଦ୍ଧା ।
ସୂଚନା ଅନୁସାରେ, ଆଜି ସକାଳୁ ସିଦ୍ଧାର୍ଥ ଘରୁ ବାହାରକୁ ଆସୁଥିବା ବେଳେ ବାରହାଟି ଅତର୍କିତ ଭାବରେ ତାଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣରେ ସିଦ୍ଧାର୍ଥଙ୍କ ବେକରେ ଗଭୀର କ୍ଷତ ସୃଷ୍ଟି ହେବା ସହିତ ଦୁଇ ଗୋଡରେ ମଧ୍ୟ କ୍ଷତ ସୃଷ୍ଟି ହୋଇଛି। ପରିବାର ଲୋକେ ତାଙ୍କୁ ଗୁରୁତର ଆହତ ଆବସ୍ଥାରେ ଉଦ୍ଧାର କରି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ, ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।