ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା: ଗଣଶିକ୍ଷା ମନ୍ତ୍ରୀଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ପାଇଁ ଉଠିଲା ଦାବି,ବିଜେପି ତରଫରୁ ରାସ୍ତା ରୋକ୍ ଭୁବନେଶ୍ୱର ,ସେପ୍ଟେମ୍ବର 28(ଖବର ଓଡ଼ିଶା): Share story: ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣା ଏବେ ରାଜନୈତିକ ମୋଡ଼ ନେବାରେ ଲାଗିଛି । ସୋସିଆଲ ମିଡ଼ିଆରେ ୫ଜଣ ଙ୍କୁ ଧର୍ମେନ୍ଦ୍ର ଦୋଷୀ କରିଥିବା ବେଳେ ଏହାର ସତ୍ୟାସତ୍ୟ ଯାଞ୍ଚ କରିବା ପାଇଁ ତାଙ୍କ ବାସଭବନରେ ପହଂଚିଛି ପୋଲିସ୍ । ତେବେ ଏହି ଘଟଣାରେ ସବୁଠାରୁ ଚାଞ୍ଚଲ୍ୟକର କଥା ହେଉଛି ଦ୍ୱିତୀୟରେ ଦାୟୀ କରିଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଯାହାକୁ ନେଇ ସମୀର ଦାଶଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ପାଇଁ ଦାବି କରାଯାଉଛି । ମନ୍ତ୍ରୀଙ୍କ ସଂପୃକ୍ତି ସ୍ପଷ୍ଟ ଥିବା ଅଡ଼ିଓରୁ ଜଣାପଡ଼ୁଛି ଏବଂ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ଓ ତାଙ୍କ ବିରୋଧରେ ଫୌଜଦାରୀ ମାମଲା କରାଯାଉ ବୋଲି ପ୍ରଦୀପ ପୁରୋହିତ କହିଛନ୍ତି । ଏହା ସହ ଘଟଣାର ଯାହା ସତ୍ୟତା ଅଛି ତାହା ପୋଲିସ୍ ଲୁଚାଇବାକୁ ଚେଷ୍ଟା କରୁଥିବା ମଧ୍ୟ କହିଛନ୍ତି । ଅନ୍ୟ ପଟେ ଏହି ଘଟଣାରେ ବିଜେପି ତରଫରୁ ରାସ୍ତା ରୋକ କରାଯାଇଛି । ଟାୟାର ଜାଳି ନିମାପଡ଼ା-ପିପିଲି , ନିମାପଡ଼ା- ବାଲିପାଟଣା ରାସ୍ତା ରୋକ୍ କରାଯାଇ ମନ୍ତ୍ରୀଙ୍କ ବହିଷ୍କାର ଦାବି କରାଯାଇଛି । ଖବର ଓଡ଼ିଶା, Reporter, 28/09/2022