ଆସନ୍ତା ନୂଆ ବର୍ଷରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିପାରିବେ ଭକ୍ତ ଓ ଶ୍ରଦ୍ଧାଳୁ । ମଞ୍ଚେଶ୍ୱର ଘାଟ ପଟୁ ନିର୍ମାଣ ହେବ ଅସ୍ଥାୟୀ ରାସ୍ତା । ଆସନ୍ତା ୯ ତାରିଖରୁ ହେବ ଟେଣ୍ଡର । ୧୫ ତାରିଖରୁ ଅସ୍ଥାୟୀ ରାସ୍ତା କାର୍ଯ୍ୟ ଆରମ୍ଭ ହେବ । ଏହାସହ ଡ଼ିସେମ୍ବର ୩୦ ତାରିଖରେ ଶେଷ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ନାମା ଜାରି ।
ତେବେ ଗୁଜୁରାଟ ଝୁଲାପୋଲ ଦୁର୍ଘଟଣା ପରେ ଧବଳେଶ୍ୱର ଝୁଲାପୋଲ ଯାଞ୍ଚ କରିଥିଲେ ବିଶେଷଜ୍ଞ ଟିମ | ଝୁଲାପୋଲଟି ଦୁର୍ବଳ ଥିବାରୁ ତାର ମରାମତି ଉପଲକ୍ଷେ ଗତ ଅକ୍ଟୋବର ମାସରେ କଟକ ଜିଲ୍ଲାପାଳ 144 ଧାରା ଲାଗୁକରିଥିଲେ | ତେବେ ବର୍ତମାନ ଝୁଲାପୋଲ ମରାମତି କାର୍ଯ୍ୟ ଅଧାରେ ରହିଛି ମାତ୍ର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ଆସନ୍ତା ନୂଆବର୍ଷ କୁ ଦୃଷ୍ଟିରେ ରଖି କଟକ ଜିଲ୍ଲାପାଳ 144 ଧାରା ସହ ସମସ୍ତ କଟକଣା ଉଠାଇଛନ୍ତି | ମଞ୍ଚେଶ୍ୱର ଘାଟ ପଟୁ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ ହେବ । ଆସନ୍ତା 9 ତାରିଖରୁ ଏଥିପାଇଁ ଟେଣ୍ଡର କରାଯିବ । 15 ତାରିଖରୁ ଅସ୍ଥାୟୀ ରାସ୍ତାର କାର୍ଯ୍ୟ ଆରମ୍ଭ ହେବ । ଡ଼ିସେମ୍ବର 30 ତାରିଖ ସୁଦ୍ଧା ଏହି କାର୍ଯ୍ୟ ଶେଷ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ନାମା ଜାରି କରାଯାଇଛି ।
ଆସନ୍ତା ଜାନୁଆରୀ ପହିଲାରୁ ଅସ୍ଥାୟୀ ରାସ୍ତା ଯୋଗେ ପୀଠ ମଧ୍ୟକୁ ଯାଇ ପାରିବେ ଭକ୍ତ । ଗୁଜରାଟର ମୋର୍ବି ଝୁଲା ପୋଲ ଦୁର୍ଘଟଣା ପରେ ଧବଳେଶ୍ୱର ଝୁଲାପୋଲ କୁ ଅସୁରକ୍ଷିତ ଦର୍ଶାଇ ଦୀର୍ଘ ଏକ ମାସରୁ ଅଧିକ ଧରି ବନ୍ଦ ରହିଛି ସାଧାରଣ ଦର୍ଶନ । ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ଵାଇଁ ।