କେନ୍ଦ୍ରାପଡା : ମାଛ ଜାଲରେ ପଡିଲା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ରାହ୍ମଣୀକୋହ୍ଲା ଗାଁ ପାଖ ଚାଷଜମିରୁ ବଉଳା କୁମ୍ଭୀର ଉଦ୍ଧାର ହୋଇଛି।
ସୂଚନା ଅନୁଯାୟୀ ବିଲରେ ମାଛ ଧରିବା ପାଇଁ ପଡିଥିବା ଲଞ୍ଜା ଜାଲରେ ପଡ଼ିଲା ୬ ଫୁଟର କୁମ୍ଭୀର। ଖବର ପାଇ ବନ ବିଭାଗ ପହଞ୍ଚି କୁମ୍ଭୀରକୁ ଉଦ୍ଧାର କରିଛି। ଚାଷ ଜମିରୁ କୁମ୍ଭୀର ଉଦ୍ଧାର ପରେ ଲୋକେ ଆତଙ୍କିତ ଅଛନ୍ତି ।
ବାରମ୍ବାର ରାଜନଗର ଅଂଚଳରେ କୁମ୍ଭୀର ପାଦୁର୍ଭାବ ବଢ଼ିବାରେ ଲାଗିଛି। କେତେବେଳେ ଗାଁ କେନାଲ ତ ଆଉ କେତେବେଳେ ଲୋକଙ୍କ ପୋଖରୀ ମଧ୍ୟରେ କୁମ୍ଭୀର ପଶି ଲୋକଙ୍କୁ ଆତଙ୍କିତ କରୁଛି। ଏବେ ଚାଷ ଜମିରେ ପାଣି ଭର୍ତି ହୋଇ ରହିଥିବାରୁ କୁମ୍ଭୀରକୁ ଦେଖିବା ପରେ ଜମି ମଧ୍ୟକୁ ଯିବାକୁ ଭୟ କରୁଛନ୍ତି ।