ଗଜପତି: ମହେନ୍ଦ୍ରତନୟା ନଦୀରେ ଜଣେ ବୃଦ୍ଧ ନିଖୋଜ ହୋଇଥିବା ଖବର ସାମ୍ନାକୁ ଆସିଛି। ନିଖୋଜ ବ୍ୟକ୍ତି ଜଣକ ହେଲେ ଗୋଷାଣୀ ବ୍ଳକ ଅନ୍ତର୍ଗତ ଅମରା ଗ୍ରାମର ଦୁର୍ଗା ପ୍ରସାଦ ପାଣିଗ୍ରାହୀ (୬୯) ବୋଲି ସୂଚନା ମିଳିଛି। ନଦୀରେ ଗାଧୋଇବାକୁ ଯାଇଥିବା ସମୟରେ ସେ ପାଣିରେ ଭାସିଯାଇଥିବା ଆଶଙ୍କା କରାଯାଉଛି।
ଘଟଣା ପରେ ପରିବାର ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଥିବା ବେଳେ ନିଖୋଜ ବୃଦ୍ଧଙ୍କୁ ଖୋଜିବା ପାଇଁ ପାରଳାଖେମୁଣ୍ଡି ଦମକଳ ବାହିନୀ ପକ୍ଷରୁ ତଲାସୀ ଅଭିଯାନ ଚାଲିଛି । ସକାଳୁ ଖୋଜାଖୋଜି ଚାଲିଥିବାବେଳେ ଖବର ଲେଖା ଯିବା ବେଳକୁ କୌଣସି ସନ୍ଧାନ ମିଳିନଥିଲା ।