ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ଶବକୁ ନେଇ ପ୍ରଶାସନର ଚିନ୍ତା ବଢିଛି | ଭୁବନେଶ୍ୱର AIIMSରେ ମୃତକଙ୍କ ଶବ ସଂରକ୍ଷଣ କିପରି ହେବ ତାହା ଏକ ବଡ଼ ଚିନ୍ତା ପାଲଟିଥିବା ବେଳେ ପାରାଦୀପରୁ 5ଟି କଣ୍ଟେନର ମଗାଇଛନ୍ତି ଭୁବନେଶ୍ୱର ଏମ୍ସ କତୃପକ୍ଷ | ଏନେଇ AIIMS ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ସୂଚନା ଦେଇଛନ୍ତି | ଭୁବନେଶ୍ୱରରେ ଏପର୍ଯ୍ୟନ୍ତ 193ରୁ 95ଟି ମୃତଦେହ ଚିନ୍ହଟ ହୋଇସାରିଥିବା ବେଳେ ଆହୁରି 98ଟି ମୃତ ଦେହ ଚିହ୍ନଟ ବାକିଅଛି |
ଅଧିକ ପଡନ୍ତୁ :ବାହାନଗା ଟ୍ରେନ୍ ଦୁର୍ଘଟଣା : ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କଲା ସିବିଆଇ ଟିମ୍
AIIMS ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ କହିଛନ୍ତି ଯେ,‘ଏବେ ବି ଆମ ପାଖରେ ଆହୁରି 80 ଟି ମୃତଦେହ ରହିଛି | ସେଗୁଡ଼ିକୁ ସଂରକ୍ଷଣ ପାଇଁ ଡିପ୍ଫ୍ରିଜ୍ ଅଭାବ ରହିଛି । ତେଣୁ ଶବ ସଂରକ୍ଷଣ ପାଇଁ ପାରାଦୀପରୁ 5ଟି କଣ୍ଟେନର ଅଣାଯାଇଛି | ପ୍ରତି କଣ୍ଟେନରରେ 40 ରୁ 50 ମୃତଦେହ ସଂରକ୍ଷିତ ରହିପାରିବ | କଣ୍ଟେନରରେ ଦୀର୍ଘଦିନ ପର୍ଯ୍ୟନ୍ତ ମୃତଦେହ ସଂରକ୍ଷିତ ରଖାଯାଇପାରିବ |'
ଅନ୍ୟପଟେ ବାହାନଗା ରେଳ ଦୁର୍ଘଟଣା ନେଇ ବାଲେଶ୍ୱର ଜିଆର୍ପି ଥାନାରେ ଏତଲା ପରେ ଆଇପିସି ଦଫା ୩୩୭, ୩୩୮, ୩୦୪-କ, ୩୪ରେ ମାମଲା ରୁଜୁ କରାଯାଇଛି | ଜିଆର୍ପି ଥାନା ଏସ୍ଆଇ ପପୁ ନାୟକଙ୍କ ପକ୍ଷରୁ ଏତଲା ଦିଆଯାଇଥିବା ସୂଚନା ରହିଛି । ରେଲୱେର ଦାୟିତ୍ୱହୀନତା ପାଇଁ ଦୁର୍ଘଟଣା ଘଟିଥିବା ଏତଲାରେ ଉଲ୍ଲେଖ କରାଯାଇଛି । ରେଲୱେ ଆକ୍ଟ ୧୫୩, ୧୫୪ ଓ ୧୭୫ରେ ମଧ୍ୟ ମାମଲା ରୁଜୁ ହୋଇଛି |
ଅଧିକ ପଡନ୍ତୁ :କେବଳ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା : ରେଳୱେ ବୋର୍ଡ ପକ୍ଷରୁ ସ୍ପଷ୍ଟ