ଦକ୍ଷିଣ ଓଡ଼ିଶା ରୁ ଉପକୂଳ ଯାଏଁ ମୁଣ୍ଡରେ ହାତ ଦେଇ ଏବେ ଚିନ୍ତାରେ ଚାଷୀ । ବର୍ଷା ଯୋଗୁଁ ଏକର ଏକର ଚାଷଜମି ଜଳମଗ୍ନ ହୋଇଯାଇଛି । ବିଶେଷକରି କୋରାପୁଟ, ନବରଙ୍ଗପୁର , ମାଲକାନଗିରି, ଗଞ୍ଜାମ, ଗଜପତି ଓ କନ୍ଧମାଳରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ଅମଳ ସମୟରେ ବର୍ଷାରେ ଧାନ ଭିଜୁଥିବାରୁ ଚିନ୍ତାରେ ଚାଷୀ । ବିଭିନ୍ନ ସ୍ଥାନରେ କିଆରିରେ ଧାନ ପଡି ରହିିଛି । ପ୍ରାୟ ମାସକ ପୂର୍ବରୁ ଯେତେବେଳେ ଚାଷୀ ବର୍ଷା ଖୋଜୁଥିଲା, ସେତେବେଳେ ହେଲା ନାହିଁ । ତେଣୁ ଗର୍ଭଧାରଣ କରୁଥିବା ଧାନ ଗଛ ଉପଯୁକ୍ତ ପରିମାଣ ନ ପାଇବାରୁ ପ୍ରଭାବିତ ହେଲା । ଏବେ ଅମଳ ସମୟ ବିଲରେ ଯେତିକି ଧାନ ବଞ୍ଚିଛି, ସେତକ ଖଳାକୁ ଆଣିବା ପୂର୍ବରୁ ଅଦିନିଆ ବର୍ଷା ଚାଷୀର ମୁଣ୍ଡ ବିଗାଡ଼ିଲାଣି ବାତ୍ୟା ମିଗଜୋମ୍ ଯୋଗୁଁ ବର୍ଷାରେ ପାଚିଲା ଧାନ କ୍ଷତିଗ୍ରସ୍ତ ହୋଇଛି । କଟା ହୋଇ ବିଲରେ ପଡ଼ିଥିବା ଧାନ କଚଡ଼ା ଓ କଟା ହୋଇନଥିବା ଧାନ ଏହି ବର୍ଷା ଯୋଗୁଁ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି ଯଦି ଏହି ବର୍ଷା ଲାଗିରହେ, ଚାଷୀ ବିଲରୁ ପାଚିଲା ଧାନ ଅମଳ କରି ଖଳାକୁ ଆଣିବା ସମ୍ଭବ ହେବ ନାହିଁ। ବିଲରେ ହିଁ ପାଚିଲା ଧାନ ନଷ୍ଟ ହୋଇଯିବ ।
କେବଳ ଧାନ ଚାଷ ନୁହେଁ ପରିବା ଚାଷ ମଧ୍ୟ ବେଶି ପ୍ରଭାବିତ ହେବ ବୋଲି ଚାଷୀ ଚିନ୍ତାରେ ପଡ଼ିଛନ୍ତି । ଶୀତଦିନିଆ ପରିବା ଯଥା କୋବି, ବାଇଗଣ, କଲରା, ଝୁଡୁଙ୍ଗ, ମୂଳା, ଆଳୁ, ପିଆଜ, କାଙ୍କଡ଼, କୋଶଳା, ଧନିଆ ପ୍ରଭୃତି ଫସଲର ଏବେ ଅମଳ ସମୟ ଲଗାଣ ବର୍ଷା ହେଲେ ବହୁ ପରିବା ଗଛରେ ପୋକ ମାଡ଼ିଯିବେ। ବିଶେଷକରି କୋବି ଚାଷ ଛାରଖାର ହୋଇଯିବା ଆଜି ଦିନକରେ ଯେତିକି ବର୍ଷା ହେଇଛି, କୋବି ଚାଷକୁ ନଷ୍ଟ କରିବା ଯଥେଷ୍ଟ ଭଲ ରୋଜଗାର ଦେବା ବେଳକୁ ବର୍ଷା କୋବି ଚାଷୀଙ୍କ ତଣ୍ଟିରେ ଠିଆ ହୋଇଛି ହଜାର ହଜାର ଟଙ୍କା ବ୍ୟୟ ସାଙ୍ଗକୁ ଚାଷୀର ଅକ୍ଳାନ୍ତ ପରିଶ୍ରମ ସବୁ ପାଣିରେ ପଡିଛି ।
ତେବେ ଖୁବ ଶୀଘ୍ର ଫସଲ କ୍ଷୟକ୍ଷତି ରିପୋର୍ଟ ଦେବା ପାଇଁ ସମସ୍ତ ଜିଲ୍ଲା ଅଧିକାରୀ ମାନଙ୍କୁ SRC ନିର୍ଦ୍ଦେଶ ଦେଇଛନ୍ତି । ଶୀଘ୍ର ରିପୋର୍ଟ ଦେଲାପରେ ଅନୁଧ୍ୟାନ କରି ଚାଷୀ ମନକୁ କ୍ଷତି ପୂରଣ ଦିଆଯିବ ବୋଲି ଏସଆରସି କହିଛନ୍ତି ।
ଅଧିକ ପଢନ୍ତୁ :- ବର୍ଷା ଧୋଇନେଲା ଫସଲ