ପୁରୀ: ଆଜି ହେଉଛି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ । ଏହି ଅବସରରେ ପୁରୀରେ ବିଭିନ୍ନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୋଦୀଙ୍କ ଦୀର୍ଘାୟୁ କାମନା କରି ଶ୍ରୀମନ୍ଦିରରେ ସମୂହ ଦୀପଦାନ କରାଯାଇଛି । ସାଂସଦ ଡାକ୍ତର ସମ୍ବିତ ପାତ୍ରଙ୍କ ସହିତ ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ସମେତ ବିଜେପିର ବହୁ କର୍ମକର୍ତ୍ତା ଦୀପଦାନ କରିଛନ୍ତି । ୭୫ତମ ଜନ୍ମ ଦିବସରେ ୭୫ଟି ଦୀପଦାନ କରାଯାଇଛି ।
ଏହା ସହିତ ଡେଲାଙ୍ଗ ବ୍ଲକ ରାଧାକାନ୍ତ ବିଦ୍ୟାପୀଠ ଏବଂ ଅରିଶଳ ପଞ୍ଚାୟତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୋଜିତ 'ଏକ ପେଡ ମା କେ ନାମ ୨. ୦' ଅଭିଯାନରେ ସାମିଲ ହୋଇଛନ୍ତି । ସେଠାରେ ସାଂସଦ ଶ୍ରୀଯୁକ୍ତ ପାତ୍ର ବୃକ୍ଷ ରୋପଣ କରିଛନ୍ତି । ସେହିପରି ଡେଲାଙ୍ଗ ବ୍ଲକ ଛକରେ ଜନ ଔଷଧି କେନ୍ଦ୍ରର ମଧ୍ୟ ଉଦଘାଟନ ହୋଇଛି ।