ଭୁବନେଶ୍ୱର: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡ଼ିଓ ଜରିଆରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ମୋଦୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁ ପାଇଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଶକ୍ତ ଭାରତ ଓ ବିକଶିତ ଭାରତର ପ୍ରତୀକ ଅଟନ୍ତି । ଯଦି ମୋଦୀଙ୍କ କାର୍ଯ୍ୟକୁଶଳତାକୁ ଗୋଟିଏ ଶବ୍ଦରେ କହିଲେ ତାହା ହେଉଛି ଗତି । ଯେବେଠାରୁ ମୋଦୀଜୀ ପ୍ରଧାନମନ୍ତ୍ରୀ ହୋଇଛନ୍ତି ସେବେଠାରୁ ଦେଶ ପ୍ରତ୍ୟେକ କାମରେ ଗତି ଆସିଛି । ଡିଜିଟାଲ ଇନଫ୍ରାଷ୍ଚ୍ରକ୍ଚର ଜରିଆରେ କୋଟି କୋଟି ଲୋକଙ୍କୁ ବିଭିନ୍ନ ଯୋଜନାରେ ଲାଭ ମିଳିଛି । ପିଇବା ପାଣି ଠାରୁ ଆରମ୍ଭ କରି ପ୍ରତ୍ୟେକ ମୌଳିକ ସୁବିଧା ଆଣିଛନ୍ତି ମୋଦୀ, ଯାହାକି ପୂର୍ବରୁ ନଥିଲା । ପ୍ରତ୍ୟେକ କ୍ଷେତ୍ରର ଭାରତ ଆଗେଇ ଚାଲିଛି । ବିଭିନ୍ନ କମ୍ପାନୀ ଦେଶରେ ପୁଞ୍ଜି ନିବେଶ କରୁଛନ୍ତି ।
ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ପ୍ରତି ଶ୍ରଦ୍ଧା ଅଛି । ସେ ନୂଆ ସରକାର ଆସିବା ପରେ ୬ଥର ଓଡ଼ିଶା ଆସିଛି । ମୋଦୀଙ୍କ ଭରସାରେ ଓଡ଼ିଶାରେ କୋଟି କୋଟି ଟଙ୍କାର ପୁଞ୍ଜି ନିବେଶ ହେଉଛି । ମୋଦୀଙ୍କ ମାର୍ଗ ଦର୍ଶନ ସମୃଦ୍ଧ ଓଡ଼ିଶା ଗଠନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନ ୨.୦ରେ ସାମିଲ ହୋଇ ବୃକ୍ଷ ରୋପଣ କରିବାକୁ ଆହ୍ୱାନ କରିଛନ୍ତି ମୋହନ । ୭୫ ଲକ୍ଷ ଗଛ ଲଗାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ମୋଦୀ ବିକାଶ ପୁରୁଷ ଅଟନ୍ତି । ତାଙ୍କର ପ୍ରତ୍ୟେକ ଶବ୍ଦ ଏବଂ ପ୍ରତ୍ୟେକ କାମ ହଜାର ବର୍ଷ ପର୍ଯ୍ୟନ୍ତ ଦେଶର ମାର୍ଗ ଦର୍ଶନ କରିବ ।