ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ୭୫ତମ ଜନ୍ମଦିନ ପାଳନ କରୁଛନ୍ତି । ପିଏମ ମୋଦୀଙ୍କ ଜନ୍ମଦିନ ଅବସରରେ ଗୁଜରାଟର ମେହସାଣା ଜିଲ୍ଲାର ବଡନଗର ନିବାସୀ ତଥା ତାଙ୍କ ପିଲା ବେଳର ସାଥୀ ଦଶରଥଭାଇ ପଟେଲ କହିଛନ୍ତି, ମୋଦୀ ୨୦୦୧ରେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାର ୩୦ ବର୍ଷ ପୂର୍ବରୁ ୧୯୬୯ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖିଥିଲେ । ପିଲା ବେଳେ କହିଥିବା ଏହି କଥା ୩୨ ବର୍ଷ ପୂର୍ବେ ସତ୍ୟ ପ୍ରମାଣିତ ହୋଇଥିଲା ଏବଂ ସେହି ସମୟରେ କରିଥିବା ପ୍ରତିଶ୍ରୁତି ପୂରଣ କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ସାଧାରଣ ପୃଷ୍ଠଭୂମିର ଉଲ୍ଲେଖ କରି ପଟେଲ କହିଛନ୍ତି, କେମିତି ମୋଦୀ ସ୍କୁଲରେ ରହି ବଡନଗର ରେଲେଓ ଷ୍ଟେସନରେ ଚା ବିିକିବା ପାଇଁ ଗୋଟିଏ ବଗିରୁ ଅନ୍ୟ ବଗି ଯାଉଥିଲେ । ସେଠାରେ ତାଙ୍କ ପିତାଙ୍କ ଚା ଦୋକାନ ଥିଲା ।
ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିନ ଉପଲକ୍ଷେ ପଟେଲ କହିଛନ୍ତି, ମୋଦୀ ଓ ମୁଁ ପ୍ରାଥମିକ ବିଦ୍ୟାଳୟଠୁ ନେଇ ବିସନଗର କଲେଜ ପର୍ଯ୍ୟନ୍ତ ଏକ ସଙ୍ଗେ ପଢୁଥିଲେ । ଆମେ ଆରଏସଏସ ଶାଖା ଏକ ସଙ୍ଗେ ଯାଉଥିଲୁ । ଆମେ ସ୍କୁଲ ନାଟକ ଏକାଠି କରିଥିଲୁ । ସେ କହିଛନ୍ତି, ୧୯୬୯ରେ ମୋଦୀ ଓ ମୁଁ ବଡନଗରରେ ଏକ ଜରାଜୀର୍ଣ୍ଣ ସ୍ମାରକ ନିକଟରେ ବୁଲୁଥିଲୁ । ସେହି ସମୟରେ ମୋଦୀ ମୋତେ କହିଥିଲେ ମୁଖ୍ୟମନ୍ତ୍ରୀ ହେବା ପରେ ସେ ଏହି ସ୍ମାରକର ଜୀର୍ଣ୍ଣଦ୍ୱାର କରିବେ ।
ସେ ଅନେକ ବର୍ଷ ଧରି ଏହି ସ୍ୱପ୍ନକୁ ଜୀବିତ ରଖିଥିଲେ । ଅନ୍ତତଃ ୨୦୦୧ ମସିହାରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବା ପରେ ସେ ନିଜର ପ୍ରତିଶ୍ରୁତି ପାଳନ କରିଥିଲେ ଏବଂ ସ୍ମାରକର ଜୀର୍ଣ୍ଣଦ୍ୱାର ନିର୍ମାଣ କରିବାକୁ ଆଦେଶ ଦେଇଥିଲେ ।
Also read: ପିଏମ ମୋଦୀଙ୍କୁ ଏମିତି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଶତ୍ରୁଘ୍ନ ସିହ୍ନା, ବିଜେପିକୁ ଫେରିବେ କି ?