ରୋମ: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି । ମେଲୋନି ନିଜର ଏକ୍ସରେ ହ୍ୟାଣ୍ଡେଲରେ ପିଏମ ମୋଦୀଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୭୫ତମ ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା । ତାଙ୍କର ଶକ୍ତି, ତାଙ୍କର ଦୃଢ ସଂକଳ୍ପ ଓ ଲକ୍ଷାଧିକ ଲୋକଙ୍କ ନେତୃତ୍ୱ ନେବାର କ୍ଷମତା ପ୍ରେରଣାର ସ୍ରୋତ । ମିତ୍ରତା ଓ ସମ୍ମାନର ସହିତ ମୁଁ ତାଙ୍କ ସ୍ୱାସ୍ଥ୍ୟ ଓ ଉର୍ଜାର କାମନା କରୁଛି ଯଦ୍ୱାରା ଭାରତକୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଡକୁ ନେଇ ଯାଇ ପାରିବେ ଓ ଆମର ଦୁଇ ରାଷ୍ଟ୍ର ମଧ୍ୟରେ ସମ୍ବନ୍ଧକୁ ଆହୁରି ମଜବୁତ କରି ପାରିବେ ।
ସୂଚନାଯୋଗ୍ୟ, ପିଏମ ମୋଦୀଙ୍କ ଛବି ଏକ ବିଶ୍ୱ ନେତା ଭାବେ ସ୍ଥାପିତ ହୋଇ ସାରିଛି । ତାଙ୍କ ବିଦେଶ ନୀତି କାରଣରୁ ଭାରତ ସମସ୍ତ ଦେଶ ସହ ସଂପର୍କ ମଜବୁତ ହୋଇଛି । ସେ ରୁଷ, ଚୀନ, ଆମେରିକା ପରି ମହାଶକ୍ତି ହେଉ କି ଅନ୍ୟ ଛୋଟ ଦେଶ ହେଉ ଭାରତର ବିଦେଶ ନୀତି ଏବେ ପୂରା ବିଶ୍ୱକୁ ପ୍ରଭାବିତ କରିଛି ।
ଏହା ପୂର୍ବରୁ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ ମାଧ୍ୟମରେ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ଏହି ସମୟରେ ଦୁଇ ନେତା ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଏବଂ ୟୁକ୍ରେନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, "ମୋର ବନ୍ଧୁ, ରାଷ୍ଟ୍ରପତି ଟ୍ରମ୍ପ, ମୋର ୭୫ତମ ଜନ୍ମଦିନରେ ଆପଣଙ୍କ ଫୋନ୍ କଲ୍ ଏବଂ ହାର୍ଦ୍ଦିକ ଶୁଭେଚ୍ଛା ପାଇଁ ଧନ୍ୟବାଦ। ଆପଣଙ୍କ ପରି, ମୁଁ ମଧ୍ୟ ଭାରତ-ଆମେରିକା ବ୍ୟାପକ ଏବଂ ବିଶ୍ୱବ୍ୟାପୀ ସହଭାଗୀତାକୁ ନୂତନ ଉଚ୍ଚତାକୁ ନେବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆପଣଙ୍କ ପଦକ୍ଷେପକୁ ଆମେ ସମର୍ଥନ କରୁଛୁ।"
Also read: ପିଏମ ମୋଦୀଙ୍କୁ ଏମିତି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଶତ୍ରୁଘ୍ନ ସିହ୍ନା, ବିଜେପିକୁ ଫେରିବେ କି ?