ଭୁବନେଶ୍ୱର: ଆସନ୍ତା ୨୫ ବା ୨୬ ତାରିଖରେ ଆଉ ଏକ ଲଘୁଚାପ କ୍ଷେତ୍ର ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ଫଳରେ ପାର୍ବଣ ବର୍ଷାରେ ଭିଜିବ । ଆସନ୍ତା ୨୭ ଓ ୨୮ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଲଘୁଚାପ ପ୍ରଭାବରେ ଆସନ୍ତା ୨୬ ତାରିଖରୁ ପାଗରେ ପରିବର୍ତ୍ତନ ହୋଇ ବର୍ଷା ହୋଇପାରେ ।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିବା ଫଳରେ ଓଡ଼ିଶାରେ ବର୍ଷା ଲାଗି ରହିଛି । ଲଘୁଚାପର ପ୍ରଭାବରେ ବିଶେଷକରି ଦକ୍ଷିଣ ଓଡ଼ିଶାରେ ପଡିବ । ଆଜି ବିଜୁଳି ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ପାଇଁ ୨୦ ଜିଲ୍ଲାକୁ ସତର୍କ ସୂଚନା ପ୍ରଦାନ କରାଯାଉଛି । ଆସନ୍ତା ୨୯ ତାରିଖ ମଧ୍ୟରେ ବର୍ଷା ହୋଇପାରେ। ଆସନ୍ତା ୩୦ ତାରିଖ ପରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ସୂଚନା ମିଳିଛି ।