ଭୁବନେଶ୍ୱର: ରାଜଧାନୀରୁ ନିଖୋଜ କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ମୃତଦେହ ଉଦ୍ଧାର କରାଯାଇଛି । ହତ୍ୟା କରି କେନ୍ଦୁଝର ଘଟଗାଁର ଏକ ଜଙ୍ଗଲରେ ପୋତି ଦେଇଥିବା ସୂଚନା ମିଳିବା ପରେ ପ୍ରେମିକ ଦୀପକ ରାଉତଙ୍କୁ କମିଶନରେଟ୍ ପୋଲିସ୍ ଅଟକ ରଖିଛି । ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ଗତ ୬ ତାରିଖରୁ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁ ରାଜଧାନୀରୁ ନିଖୋଜ ଥିଲେ । ଦୁଇ ଦିନ ପରେ ମହିଳା କନେଷ୍ଟବଳଙ୍କ ବାପା ଝିଅ ନିଖୋଜ ଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରିଥିଲା । ମହିଳା କନଷ୍ଟେବଳଙ୍କ ମୃତଦେହ କେନ୍ଦୁଝର ଘଟଗାଁର ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ମହିଳା କନଷ୍ଟେବଳଙ୍କ ମୃତଦେହ ମିଳିବା ପରେ ସନ୍ଦେହ ବଢିଯାଇଛି । ପୋଲିସ ଏହି ସନ୍ଦେହରେ ମହିଳାଙ୍କ ପ୍ରେମିକ ଦୀପକ ରାଉତଙ୍କୁ ଅଟକ ରଖିଛି । ଏହି ଘଟଣାର ଅଧିକ ତଦନ୍ତ ପାଇଁ କେନ୍ଦୁଝର ପୋଲିସ ସହାୟତାରେ କମିଶନରେଟ୍ ପୋଲିସ୍ ଖୋଳତାଡ ଜାରି ରଖିଛି ।