ନୂଆଦିଲ୍ଲୀ: ଟୋକିଓରେ ଚାଲୁଥିବା ବିଶ୍ୱ ଆଥଲେିଟକ୍ସ ଚାମ୍ପିଅନସିପରେ ଭାରତର ଗୋଲଡେନ୍ ବୟ ନୀରଜ ଚୋପ୍ରା ଫାଇନାଲକୁ ପ୍ରବେଶ କରିଛନ୍ତି । ବୁଧବାର ଖେଳାଯାଇଥିବା ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ରାଉଣ୍ଡରେ ୮୪.୮୫ ମିଟର ପର୍ଯ୍ୟନ୍ତ ଜାଭଲିନ୍ ପକାଇ ଫାଇନାଲକୁ ଯାଇଥିବା । ଫାଇନାଲ ପାଇଁ ୮୪.୫୦ ମିଟର୍ ଯୋଗ୍ୟତା ହାସଲ ପାଇଁ ଧାର୍ଯ୍ୟ କରାଯାଇଥିଲା । ଆସନ୍ତାକାଲି ଫାଇନାଲ ମୁକାବିଲା ଖେଳାଯିବ । ପାକିସ୍ତାନର ଅରଶଦ ନଦୀମ ଏବଂ ନୀରଜ ପରସ୍ପରକୁ ଭେଟିବେ ।
ଯୋଗ୍ୟତା ପର୍ଯ୍ୟାୟରେ ଗ୍ରୁପ-ଏରେ ନୀରଜ ଚୋପ୍ରାଙ୍କ ସମେତ ମୋଟ ୧୯ ଜଣ ଖେଳାଳୀ ଥିଲେ । ଯେଉଁଥିରେ ୱେବର, ବାଲ୍କୋଟ୍, ବାଡଲେଜ୍ ଓ ସଚିନ ଯାଦବ ଥିଲେ । ଗ୍ରୁପ-ବିରେ ଅରଶଦ ନଦୀମ, ପୀଟର୍ସ, ୟେଗୀ, ଦା ସିଲ୍ବା, ରୋହିତ ଯାଦବ, ଯଶବୀର ସିଂହ ଏବଂ ରମେଶ ଥରଙ୍ଗା ପ୍ରମୁଖ ଥିଲେ । ଗ୍ରୁପ-ଏରେ ନୀରଜଙ୍କ ବ୍ୟତୀତ କୌଣସି ଖେଳାଳୀ ପ୍ରଥମ ରାଉଣ୍ଡରେ ଯୋଗ୍ୟତା ହାସଲ କରିପାରିନଥିଲେ । ନୀରଜଙ୍କ ଗ୍ରୁପରେ ମୋଟ ୬ ଜଣ ଖେଳାଳୀ ଅଛନ୍ତି ।
ନୀରଜ ୨୦୨୩, ହଙ୍ଗେରୀ ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣ ହାସଲ କରିଥିଲେ । କିନ୍ତୁ ପ୍ୟାରିସ ଅଲମ୍ପିକ୍ସରେ ପାକିସ୍ତାନର ଅରଶଦ ସ୍ୱର୍ଣ୍ଣ ହାସଲ କରିଥିବାବେଳେ ନୀରଜଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ।
ସେପଟେ ପହଲଗାମ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ଫାଟ ତିକ୍ତତା ବଢ଼ିଯାଇଛି । ଏସିଆ କପରେ ଭାରତୀୟ ଟିମ୍ ପାକିସ୍ତାନୀ ଖେଳାଳୀଙ୍କ ସହିତ ହାତ ନ ମିଳାଇବାକୁ ନେଇ ବିବାଦ ଜାରି ରହିଛି । ଏହାରି ମଧ୍ୟରେ ନୀରଜ ଏବଂ ଅରଶଦଙ୍କ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ସମସ୍ତେ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି ।