ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ସରଳୀକରଣ ଏବଂ ସ୍ୱଚ୍ଛ କରାଯାଇଛି । ମତଦାତାଙ୍କୁ ଦୃଷ୍ଟିରେ ରଖି ଏଣିକି ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ( ଇଭିଏମ୍ ) ବାଲାଟ୍ ପେପରରେ ପ୍ରାର୍ଥୀଙ୍କର ରଙ୍ଗୀନ ଫଟୋ ଲଗାଯିବ । ଏ ନେଇ ଭାରତୀୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଜାରି କରାଯାଇଚି । ପୂର୍ବରୁ ବାଲାଟ୍ ପେପରରେ ପ୍ରାର୍ଥୀଙ୍କର କଳାଧଳା ଫଟୋ ରହୁଥିଲା ।
ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶକ ମୁତାବକ, ବିହାର ନିର୍ବାଚନରେ ଏହି ନୂତନ ନିୟମ ଲାଗୁ କରାଯିବ । ପରବର୍ତ୍ତୀ ସମୟରେ ସମଗ୍ର ଭାରତରେ ଅନ୍ୟ ରାଜ୍ୟର ନିର୍ବାଚନବେଳେ ନିୟମ ଲାଗୁ କରାଯିବ । ଏହା ଦ୍ୱାରା ପ୍ରାର୍ଥୀଙ୍କୁ ଚିହ୍ନିବା ପାଇଁ ମତାଦାତାଙ୍କ ପାଇଁ ସହଜ ହେବ । ଏହା ସହିତ କ୍ରମିକ ସଂଖ୍ୟାକୁ ମଧ୍ୟ ଅଧିକ ଉଜ୍ଜ୍ୱଳ କରି ଲେଖାଯିବ । ବାଲାଟ ପେପରେ ପ୍ରଥମେ କ୍ରମିକ ସଂଖ୍ୟା (୨୦ ମିମି), ୨ୟରେ ପ୍ରାର୍ଥୀଙ୍କ ନାମ (୬୦ ମିମି), ୩ୟରେ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ (୨୦ ମିମି) ଏବଂ ୪ର୍ଥରେ ପ୍ରାର୍ଥୀଙ୍କ ଚିହ୍ନ (୪୦ ମିମି) ରହିବ । ନିର୍ବାଚନ ପ୍ରକ୍ରିୟାକୁ ଅଧିକ ଗଣତାନ୍ତ୍ରିକ, ନିରପେକ୍ଷ ଏବଂ ସରଳ କରିବା ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।