ମୁଣ୍ଡ ଝାଳକୁ ତୁଣ୍ଡେ ମାରିକି ଧାନ ଅମଳ କରିଥିଲେ । ଆଶାଥିଲା ଅମଳରେ ପରେ ବର୍ଷକ ଯାକର କଷ୍ଟ ଲାଘବ ହୋଇପାରିଥାନ୍ତା କିନ୍ତୁ ସବୁ ସ୍ୱପ୍ନକୁ ଧୂଳିସାତ କରିଦେଲା ବାତ୍ୟା ‘ମିଗଜୋମ’ । ବର୍ଷକ ଯାକ କଷ୍ଟ କରି ଧାନ ଚାଷ କରିଥିଲେ ସତ କିନ୍ତୁ ଅମଳ କରି ଘରକୁ ଆସିବା ସମୟ ହେଲାରୁ ସବୁକିଛି ସାରିଦେଲା ବାତ୍ୟା ।କଥାରେ ଅଛି ଚାଷ ଅଛି ଯାହାର କେତେ ଖୁସି ତାହାର । କିନ୍ତୁ ଏବେ ଏହି କଥାକୁ ବାଧା ହେଉଛି ପ୍ରାକୃତିକ ବିପର୍ଯ୍ୟୟ। ଚାଷ ଆରମ୍ଭରୁ କେତେବେଳେ ବର୍ଷା ଦାଉ ସାଧେ ତ କେତେବେଳେ ଅମଳ ଳ ବେଳେ ବାତ୍ୟାର ଭୟ ।ତେବେ ସୃଷ୍ଟି ହୋଇଥିବା ବାତ୍ୟା ଲ୍ୟାଣ୍ଡ ଫଲ କରିବାରୁ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ଲାଗିରହିଛି।
ଥରେ ଭଲଭାବରେ ଦେଖନ୍ତୁ ଏହି ଦୁଃଖଦ ଦୃଶ୍ୟକୁ । ଯେଉଁ ସୁନାର ଫସଲ ଚାଷୀଙ୍କ ଗୁଜୁରାଣ ମେଣ୍ଟାଇ ଥାନ୍ତା ସେହି ସୁନାର ଫସଲ ଚାଷ ଜମିରେ ପାଣି ଭିତରେ ବୁଡିକି ରହିଛି । ନ ଖାଇ ନ ପିଇ ବର୍ଷା ପାଣିରେ ପଡି ରହିଥିବା ଧାନକୁ ବାହାର କରିବାରେ ଲାଗିପଡିଛନ୍ତି ଚାଷୀ । ପ୍ରକୃତିର ଏହି ତାଣ୍ଡବ ପାଇଁ କଲବଲ ହେଉଛନ୍ତି ଚାଷୀଙ୍କ ପରିବାର । ଏହି ଦୃଶ୍ୟ ହେଉଛି ଗଂଜାମ ଜିଲ୍ଲା ବ୍ରହ୍ମପୁରର । ଉପକୂଳ ଅଂଚଳ ହୋଇଥିବାରୁ ବାତ୍ୟା ପ୍ରଭାବରେ ବର୍ଷା ଲାଗିରହିଛି ।
ବାତ୍ୟା ଆସିବାରୁ ଖରା ବର୍ଷା ଶୀତରେ ସହି ଚାଷ କରିଥିବା ଫସଲ ସୁରକ୍ଷା ନେଇ ଚିନ୍ତାରେ ପଡିଯାଇଥିଲା ଚାଷୀ ଚାଷୀ । ବାତ୍ୟାର ଭୟରେ ତରତର ହୋଇ ଚାଷୀ ମାନେ ଧାନ କାଟି ଦେଇଥିଲେ । କଟାହୋଇଥିବା କିଛି ଧାନ ବିଲରେ ରହିଛି । ଆଉ କିଛି ଧାନ କୁ ଆଣି ସୁରକ୍ଷିତ କରିବା ପାଇଁ ପାଲ ଘୋଡାଇ ରଖିଥିଲେ । କିନ୍ତୁ ପଲିଥିନରେ ନିର୍ମିତ ପାଲ କେତେ ବେ ବର୍ଷା ସମ୍ଭାଳିବ । ପ୍ରବଳ ବର୍ଷା ପାଇଁ ଧାନ ସବୁ ପାଣିରେ ଭିଜିଯାଇଛି। କିଛି ଦିନ ପୂର୍ବରୁ ଅଦିନିଆ ବର୍ଷା ପ୍ରଭାବରେ ଚାଷୀଙ୍କ ଧାନ ସବୁ ନଷ୍ଟ ହୋଇଯାଇଥିଲା। ବାତ୍ୟାରେ ପ୍ରଭାବରେ ଧାନ ସମ୍ପୁର୍ଣ୍ଣ ନଷ୍ଟ ହେବା ଚିନ୍ତା ଚାଷୀମାନଙ୍କ ନିଦ ହଜାଇ ଦେଇଛି।
ଉପକୂଳବର୍ତ୍ତୀ ଅଂଚଳର ଲୋକ ଚାଷ ଉପରେ ନିର୍ଭର କରୁଥିବାବେଳେ ବିଶେଷ କରି ଧାନ,କପା, ମାଣ୍ଡିଆ,ମକା ଚାଷ କରୁଥିବା ବେଳେ ବର୍ତ୍ତମାନ ଚିନ୍ତାରେ ଚାଷୀ। ପ୍ରଶାସନ ଓ କୃଷି ବିଭାଗ ଯଦିଓ ବାତ୍ୟା ଓ ବର୍ଷାରୁ ଅମଳକୁ ସୁରକ୍ଷିତ କ୍ଷିତ କରିବା ପାଇଁ ସଚେତନ କରିଛି, କିନ୍ତୁ ତାହା ଯଥେଷ୍ଟ ନୁହେଁ । ଯଦି ପ୍ରଶାସନ ତରଫରୁ ଧନୁ ସୁରକ୍ଷିତ କରାଇବା ପାଇଁ ଯଥେଷ୍ଟ ଭାବେ ବ୍ୟବସ୍ଥା କରାଯାଇଥାନ୍ତା ତେବେ ଚାଷୀ ମାନେ ଏଭଳି ଦୁର୍ଦଶା ହୋଇନଥାନ୍ତା ।
ଅଧିକ ପଢନ୍ତୁ :ମନ ମୋହୁଛି ପ୍ରକୃତିର ଦୃଶ୍ୟ