ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ଆଜିଠୁ ଆରମ୍ଭହୋଇ ଆସନ୍ତା ୨୫ ତାରିଖ ଚାଲିବ ଅଧିବେଶନ । ଏଥିରେ ମୋଟ୍ ୭ଟି କାର୍ଯ୍ୟଦିବସ ରହିଛି । ସରଗରମ ହେବ ଅଧିବେଶନ । ଏଥିରେ ରାଜ୍ୟ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ବିଲ ଆଗତ କରିପାରନ୍ତି । ପୋଲିସ କମିଶନରଙ୍କ ସହ ଡିଜି ବିଧାନସଭାରେ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ସହ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ । ଆନ୍ଦୋଳନକରୀଙ୍କୁ ରୋକିବା ପାଇଁ ନିଆଯାଇଛି ସୁରକ୍ଷା ବ୍ୟବସ୍ଥା । ତ୍ରିସ୍ତରିୟ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ନଜରରେ ରହିବ ବିଧାନସଭା । ବିଧାନସଭା ପରିସରରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଗୃହ ଭିତରେ, ବାହାରେ ଏବଂ ବିଧାନସଭା ଗେଟ୍ ବାହାରେ ଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । କିପରି ଗୃହ ଶାନ୍ତି ଶୃଙ୍ଖଳାରେ ଚାଲିବ ସେନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ମଙ୍ଗଳବାର ମୌସୁମୀ ଅଧିବେଶନକୁ ସୁରୁଖୁରୁରେ ଗୃହ ଚଳାଇବା ପାଇଁ ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ ଡାକିଥିଲେ ।