ଆହାଃ କି ମନୋରମ ଦୃଶ୍ୟ ! ସୁନ୍ଦର ତୃପ୍ତି ର ଅବସାଦ ନାହିଁ , ଯେତେ ଦେଖୁଥିଲେ ନୂଆ ଦିଶୁଥାଇ । ଆଜି ର ଏହି ପ୍ରକୃତ ର ଚିତ୍ର ଅତି ସୁନ୍ଦର ସକାଳୁ ସକାଳୁ ବର୍ଷା ରାଣୀ ର ଟିପ୍ ଟିପ୍ ଶବ୍ଦ ସହ ପକ୍ଷୀ ଙ୍କ କିଚିରି ମିଚିରିଶବ୍ଦ ଚଲାପଥରେ ଦୁଇ ମିନିଟ ଅଟକାଇ ଦେଉଛି ଏହି ଦୃଶ୍ୟ। ଏହି ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ଗୁମ୍ମା ବ୍ଳକ୍ ର ସେରଙ୍ଗ ଘାଟି ର ଚିତ୍ର ।
ସତେ ଯେମିତି ଏଠାକୁ ଫେରି ଆସିଛି ହିମାଳୟ ପର୍ବତମାଳା ଏହି ପର୍ବତ ଘେରା ଘଞ୍ଚ ଜଙ୍ଗଲ ମଧ୍ୟରେ ପାହାଡ଼ ଶିଖର ରୁ ବାଦଲ ହାତ ଟେକି ଛୁଇଁବାକୁ ଚେଷ୍ଟା କରୁଛି ଆକାଶ କୁ ତ ଅନ୍ୟ କେତେବେଳେ ଏ ପର୍ବତ ରୁ ସେ ପର୍ବତ କୁ ଦୌଡ଼ିବା ପରି ମନେ ହେଉଛି । ବାତ୍ୟା ପାଇଁ ଲୋକ ଚିନ୍ତା ରେ ନିଜ କର୍ମ କ୍ଷେତ୍ର କୁ ଯାଉଥିବାବେଳେ। ଏଠାରେ ଅଟକି ଯାଉଛନ୍ତି। ଏହି ପ୍ରକୃତିକୁ ଉପଭୋଗ କରିବା ପାଇଁ ଯିଏ ବି ଏ ଦୃଶ୍ୟକୁ ଦେଖୁଛି ତାଙ୍କ ପାଦ ଆଗକୁ ବଡ଼ୁନି । ଆକାଶରେ ମେଘୁଆ ବାଦଲ ଢାଙ୍କି ରହିଥିବା ସହ ପର୍ବତର ଘଞ୍ଚ ଜଙ୍ଗଲ । ଏ ଦୃଶ୍ୟ ସବୁଠୁ ନିଆରା । ପ୍ରକୃତି ରାଣୀର ଏହି ମନୋରମ ଦୃଶ୍ୟ ସମସ୍ତଙ୍କର ମନ ମୋହୁଛି ।ଏହି ଭଳି ଦୃଶ୍ୟ ଏଠାରେ ପ୍ରତ୍ୟକ ବର୍ଷା ସମୟରେ ପ୍ରାୟତଃ ଦେଖିବାକୁ ପାଇବା।
ଅଧିକ ପଢନ୍ତୁ :ଦୁର୍ବଳ ହେଉଛି ମିଗଜୋମ : ପ୍ରଭାବରେ ଓଡିଶାରେ ଲାଗି ରହିଛି ବର୍ଷା