ଜାଲ ସାର୍ଟିଫିକଟ ଦେଇ ଚାକିରି କରିବାପଡିଲା ମହଙ୍ଗା । ଗିରଫ ହେଲେ ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ବ୍ୟକ୍ତି । କୋରାପୁଟ ଗ୍ରାମୀଣ ଡାକ ସେବକ ଚାକିରି କରିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ଓଡି଼ଶା କ୍ରାଇମବ୍ରାଞ୍ଚ ଟିମ । ଗିରଫ ପରେ ତାଙ୍କୁ ଜୟପୁର କୋର୍ଟକୁ ଚାଲାଣ କରାଯାଇଛି । ଜାଲ ସାର୍ଟିଫିକଟ ଦେଇ ଚାକିରି କରିଥିବା ନାମ ଛନ୍ଦା ଚରଣ ସାହୁଙ୍କୁ ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ଛନ୍ଦା ଚରଣ ସାହୁ ନକଲି ମାଟ୍ରିକ ସାର୍ଟିଫିକେଟ ଯୋଗେ ଗ୍ରାମୀଣ ଡାକ ସେବକ ଚାକିରି ହାତେଥିଲେ । ଏନେଇ ଜୟପୁର ଥାନାରେ ଗତବର୍ଷ ଏପ୍ରିଲ ୫ରେ ଅଭିଯୋଗ କରିଥିଲେ ଡାକ ବିଭାଗ ଅଧିକାରୀ । ଅଭିଯୋଗ ଆଧାରରେ ତଦନ୍ତ କରିଥିଲା କୋରାପୁଟ ପୋଲିସ । ଆଉ ପରେ ଏହି ମାମଲା କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା । କ୍ରାଇମବ୍ରାଞ୍ଚ ଡିଏସପି ଅନାଦି ଚରଣ ସେଠୀଙ୍କ ନେତୃତ୍ବରେ ଏହାର ତଦନ୍ତ ଆରମ୍ଭ କରାଯାଇ ଛନ୍ଦା ଚରଣ ସାହୁଙ୍କୁ ଗିରଫ କରାଯାଇଥିଲା । ତେବେ ଏଭଳି ଜାଲ ସାର୍ଟିଫିକେଟ ପଛରେ ଏକ ବଡ଼ ରାକେଟ୍ କାମ କରୁଥିବା କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ଜାଣିବାକୁ ପାଇଥିଲା । ଏହି ରାକେଟର ଚେର କେତେ ଦୂର ଲମ୍ବିଛି ତାହାର ଖୋଳତାଡ଼ ଚଳାଇଛି କ୍ରାଇମବ୍ରାଞ୍ଚ । ପୂର୍ବରୁ ଏଭଳି ନକଲି ସାର୍ଟିଫିକେଟ ତିଆରି ଠାରୁ ଆରମ୍ଭ କରି କାରବାର କରିବା ମାମଲାରେ ମୋଟ ୭ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ବର୍ତ୍ତମାନ ଏହି ନକଲି ସାର୍ଟିଫିକେଟ ବ୍ୟବହାର କରିଥିବା ଛନ୍ଦା ଚରଣ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ଅଧିକ ପଢନ୍ତୁ : ଚିନ୍ତା ବଢ଼ାଇଲାଣି ପରିବା ଦର