ରାଜ୍ୟରେ କମୁଛି ପଜିଟିଭିଟି ରେଟ୍‌, ଖୋଲିପାରେ ଲକଡାଉନ୍‌!
Khabar Odisha:Corona-Positivity-rate--decreases-in-Odisha

ଭୁବନେଶ୍ୱର, ଜୁନ୍ ୧୧ (ଖବର ଓଡ଼ିଶା): ରାଜ୍ୟରେ ଏବେ କରୋନା ସଂକ୍ରମଣ ତଳ ମୁହାଁ ହୋଇଛି । ଗତ କିଛି ଦିନ ହେବ ୭ ହଜାର ତଳେ ସଂକ୍ରମଣ ହାର ରହିଥିବା ବେଳେ ଆଜି ଦୈନିକ ସଂକ୍ରମଣ ହାର ୬ ହଜାର ତଳକୁ ଖସିଛି । ଯାହା ପୁରା ରାଜ୍ୟ ବାସୀଙ୍କ ପାଇଁ ଏକ ଆସ୍ୱସ୍ତିକର ଖବର ନିଶ୍ଚୟ । 

ବର୍ତମାନ ପୁରା ରାଜ୍ୟରେ ଲକ୍‌ଡାଉନ୍ ଜାରି ରହିଛି । କରୋନା ମହାମାରୀର ଦ୍ୱିତୀୟ ଲହରରେ ରାଜ୍ୟରେ ମେ ୫ ତାରିଖରୁ ପୁରା ରାଜ୍ୟରେ ତାଲା ବନ୍ଦ ଘୋଷଣା କରାଯାଇଥିବା ବେଳେ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍ ଅବଧିକୁ ଦୁଇ ଦୁଇ ଥର ବୃଦ୍ଧି ମଧ୍ୟ କରାଯାଇଥିଲା । ଏବଂ ବର୍ତମାନ ସେହି ବର୍ଦ୍ଧିତ ଲକ୍‌ଡାଉନ୍ ଶେଷ ହେବାକୁ ଯାଉଛି ।

ରାଜ୍ୟର ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ବର୍ତମାନ ଠାରୁ ଯାହା ଅନୁମାନ କରାଯାଉଛି ଯେ ହୁଏତ ଏବେ ଲକ୍‌ଡାଉନ୍ ଖୋଲିବାର ନିଷ୍ପତି ନେଇ ପାରନ୍ତି ରାଜ୍ୟ ସରକାର । ଜୁନ୍ ୧୭ ତାରିଖରୁ ରାଜ୍ୟରେ ହୁଏତ ଅନଲକ୍ ପର୍ଯ୍ୟାୟ ଆରମ୍ଭ ହୋଇପାରେ ।

ଲକଡାଉନ୍ ପୂର୍ବ ସମୟରେ କେବଳ ଲୋକମାନଙ୍କ ଅସଚେତନତା ଓ ଅବହେଳା ଯୋଗୁଁ ପ୍ରଥମ ଲହରୀ ଠାରୁ ଭୟଙ୍କର ରୂପ ଧାରଣ କରିଥିଲା କରୋନାର ଦ୍ୱିତୀୟ ଲହରୀ ଏବଂ ଯାହା ପାଇଁ ଆମ ପୁଣି ଲକ୍‌ଡାଉନ୍ ଭଳି ସ୍ଥିତିର ସାମ୍ନା କରୁଛେ । ତେବେ ଏଭଳି ସ୍ଥିତିରେ ବର୍ତମାନ ଧିରେ ଧିରେ ଲୋକ ମାନଙ୍କ ଭିତରେ ସଚେତନତା ଫେରୁଛି ଏବଂ ସଂକ୍ରମଣ ହାର ମଧ୍ୟ କମୁଥିବାର ରିପୋର୍ଟ ଆସୁଛି ଯାହାକୁ ନେଇ ରାଜ୍ୟରେ ଲକ୍‌ଡାଉନ୍ ଖୋଲିବ ବୋଲି ବିଶେଷଜ୍ଞ ମାନେ ଅନୁମାନ କରୁଛନ୍ତି ।

ଅନ୍ୟପଟେ ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାଇ ଏବେ ରାଜ୍ୟରେ ପଜିଟିଭିଟି ରେଟ୍ ୧୦ ପ୍ରତିଶତ ତଳେ ରହିଛି ଏବଂ କ୍ରମାଗତ ଭାବରେ ରାଜ୍ୟରେ ପଜିଟିଭିଟି ରେଟ୍ କମିବାରେ ଲାଗିଛି ଯାହା ରାଜ୍ୟ ବାସୀଙ୍କ ପାଇଁ ଏକ ଭଲ ସଙ୍କେତ ଏବଂ ଏଭଳି ସ୍ଥିତି ରହିଲେ ଧିରେ ଧିରେ ଆମେ ଅନଲକ୍ ପର୍ଯ୍ୟାୟ ଆଡେ ଗତି କରିପାରିବା । ଯାହା ରାଜ୍ୟରେ ଲକଡାଉନ୍ ଖୋଲିବା ଏବଂ ଅନଲକ୍ ପର୍ଯ୍ୟାୟ ଆରମ୍ଭ ହେବା ନେଇ ଏକ ସଙ୍କେତ ଦେଉଛି ।

ତେବେ ଏବେ ଖାଲି ଦୈନିକ ସଂକ୍ରମଣ ହାର କମିଛି, ମୃତ୍ୟୁ ହାର କମି ନାହିଁ ଏଭଳି ସ୍ଥିତିରେ କରୋନା କମିଯାଇଛି ବୋଲି ଭାବିଲେ ବିପଦ ପୁଣି ଫେରିବ ବୋଲି ସତର୍କ ମଧ୍ୟ କରାଇଛନ୍ତି ଡିଏମଇଟି ନିର୍ଦ୍ଦେଶକ ଡା. ସିବିକେ ମହାନ୍ତି ।

  • Tags:

Subscribe

National International State Sports Entertainment