ଆଜି ପଦ୍ମପୁର ପଂଚାୟତ ସମିତିର ସଦଭାବନା ଗୃହ ଠାରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସମିତି ବୈଠକ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିଲା l ସେଥିରେ ସମସ୍ତ ବିଭାଗର ଅଧିକାରୀ,ପଂଚାୟତ ଅଧ୍ୟକ୍ଷା,ସାଂସଦ ପ୍ରତିନିଧି,ସରପଞ୍ଚ, ବିଡ଼ିଓ, କିଛି ସମିତି ସଭ୍ୟ ଏବଂ ଦୁଇଟି ଜୋନ ର ଜ଼ିଲ୍ଲା ପରିଷଦ ସଭ୍ୟ ସଭ୍ୟାଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ବହୁ ପ୍ରତିକ୍ଷିତ ସମୟ ର ଅତିବାହିତ ହେଲା ପରେ ମଧ୍ୟ ଏହା କାର୍ଯ୍ୟକାରୀ ହେଇ ପାରିନଥିଲା, ଶେଷ ମୁହୂର୍ତ୍ତ ରେ କୋରମ ଅଭାବ ଯୋଗୁଁ ଏହାକୁ ବାତିଲ କରଯାଉଛି ବୋଲି ବିଡ଼ିଓ ଶ୍ରୀ ସୁଜିତ୍ କୁମାର ମିଶ୍ର ଘୋଷଣା କରିଥିଲେ।କାହିଁକି ବୈଠକଟିକୁ ବନ୍ଦ କରାଗଲା।
ଏ ନେଇ ସମସ୍ତ କର୍ମଚାରୀ ଏବଂ ସମସ୍ତ ଜନପ୍ରତିନିଧି ମାନଙ୍କୁ କଣ ଚିଠି ମାଧ୍ୟମରେ ଅବଗତ କରାଯାଇନଥିଲା କି l ପୂର୍ବ ବୈଠକ ରେ ମାନ୍ୟବର ବିଧାୟକ, ସାଂସଦ ପ୍ରତିନିଧି, ଅଧ୍ୟକ୍ଷା, ସମସ୍ତ ବିଭାଗର ଅଫିସର,ଦୁଇଟି ଜୋନର ଜ଼ିଲ୍ଲା ପରିଷଦ ସଭ୍ୟ ସଭ୍ୟା ସମୟାନୁସାରେ ଉପସ୍ଥିତି ରହିବା ପରେ ମଧ୍ୟ ବହୁ ଅପେକ୍ଷାର ଶେଷ ମୁହୁର୍ତ୍ତରେ ହାତ ଗଣତି ସମୟ ପାଇଁ ବୈଠକ ଆରମ୍ଭ ହେଇଥିଲା l
ଯେଉଁଥି ପାଇଁ ଉକ୍ତ ବୈଠକରେ ଏକ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଇଥିଲା l ସ୍ୱାରସମିତି ବୈଠକ ପଂଚାୟତ ସମିତିର ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଯାହା ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ସମୀକ୍ଷା ହେବା ସହ ବିଭିନ୍ନ ପଂଚାୟତର ସମସ୍ୟା ଉପରେ ଆଲୋଚନା ଓ ଏହାର ସମାଧାନର ପନ୍ଥା ବାହାରି ଥାଏ l ଏଥିରେ ନିଜ ନିଜ ପଂଚାୟତର ଉନ୍ନତି କରଣ ସକାଶେ ବିଭିନ୍ନ ପ୍ରସ୍ତାବ ମାନ ମଧ୍ୟ ରଖାଯାଇ ଥାଏ l ଏହି ବୈଠକ ପ୍ରତି ତ୍ରୟୋମାସିକରେ ଥରେ ହେଉଥିବା ବେଳେ ଏଥିରେ ବହୁତ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ମାନ ନିଆ ଯାଇଥାଏ କିନ୍ତୁ l ଏହା ପଦ୍ମପୁର ର ବିକାଶ ପାଇଁ ଆଦୌ ଶୁଭଙ୍କର ନୁହଁ ପ୍ରତି ତିନି ମାସରେ ଏହି ବୈଠକର ଅଞ୍ଚଳର ବିକାଶ ଓ ଲୋକଙ୍କ ହିତ ପାଇଁ ବହୁ ପ୍ରସ୍ତାବ ମାନ ପାର ହେବାସହିତ ବହୁ ସମସ୍ୟା ପ୍ରଶାସନର ନଜରକୁ ଆସିଥାଏ ଯାହାର ସମାଧାନ ପାଇଁ ଶୀଘ୍ର ରାସ୍ତା ଖୋଲିଥାଏ କିନ୍ତୁ ବୈଠକ କୁ ବନ୍ଦ କରିବା ଏକ ଦୁଃଖ ଓ ପରିତାପର ବିଷୟ ।
ପରବର୍ତ୍ତୀ ସମୟରେ ଇନ୍ଦୀପୂର୍ ସମିତି ସଭ୍ୟ ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଗୋଦାବରୀ ରାଉତ ଙ୍କୁ ପଚାରିବାରୁ ସେ କହିଥିଲେ ଲୋକ ପ୍ରତିନିଧି ଙ୍କୁ ବାରମ୍ବାର ବ୍ଲକ ପ୍ରଶାସନ ଅଣଦେଖା କରୁଛି ସେମାନଙ୍କ ଦ୍ୱାରା ଦିଆ ଯାଇଥିବା ପ୍ରସ୍ତାବ କାର୍ଯ୍ୟକାରୀ ହେଉ ନାହିଁ ଯାହା ପୂର୍ବତନ ବିଡ଼ିଓଙ୍କ ସମୟର ହେଇଥିବା ସୂଚନା ମିଳିଛି l
ଶେଷରେ ପଦ୍ମପୁର ବିଡ଼ିଓ ସୁଜିତ ମିଶ୍ରଙ୍କ ପ୍ରତିକ୍ରିୟା ରୁ ଜଣାପଡିଛି ଯେ, ସମସ୍ତଙ୍କୁ ପୂର୍ବରୁ ଚିଠି ମାଧ୍ୟମରେ ଜଣାଇଥିଲୁ ଏଵଂ ସେମାନେ କଣ ପାଇଁ ବୈଠକରେ ଅନୁପସ୍ଥିତ ଥିଲେ ତାହା ତାଙ୍କ ପାଖରେ ଖବର ନାହିଁ ବୋଲି ସେ କହିଥିଲେ। ତିନି ଜଣ ସମିତି ସଭ୍ୟ ଡେରି ଗାଁ, ଇନ୍ଦି ପୁର ଓ ଜାତିଲି ସମିତି ସଭ୍ୟ ତଥା ପଦ୍ମପୁର ଅଧକ୍ଷା ଙ୍କ ସହ ଆଠ ଜଣ ସରପଞ୍ଚ ପଦ୍ମପୁର, ଡେରିଗାଁ,ଖିଲାପଦର,ନୂଆଗଡ, ଗୁଲୁଗୁଡ଼ା,ଖମାପଦର, ଗୁଡ଼ିଆ ବନ୍ଧ, ଲିକିଟିପଦର ଙ୍କ ସହ କ ଏବଂ ଖ ଜନର ଦୁଇ ଜଣ ଜ଼ିଲ୍ଲାପରିଷଦ ସଭ୍ୟ ଉପସ୍ଥିତ ଥିଲେ ।ଏଥି ସହ ସମସ୍ତ ବିଭାଗର କର୍ମଚାରୀ ଉପସ୍ଥିତ ଥିବା ବେଳେ ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ଏବଂ ଜଙ୍ଗଲ ବିଭାଗର ଅଧିକାରୀ ଅନୁପସ୍ଥିତ ଥିଲେ। ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଗୋଷ୍ଠୀ ଉନୟନ୍ନ ଅଧିକାରୀ ପଦ୍ମପୁର ବ୍ଲକର ଉନ୍ନତି ମୂଳ ଲକ୍ଷ୍ୟ ଏଵଂ ପ୍ରତେକଟି କାମ ଆଶାନୁରୂପ କରାଯାଉ ବୋଲି ଶ୍ରୀ ମିଶ୍ର କହିଥିଲେ।