ଝାରସୁଗୁଡ଼ା: ପୁଣି ଗଡ଼ିଲା ମୁଣ୍ଡ। ଦିନ ଦ୍ୱିପ୍ରହରରେ ଛୁରାମାଡ଼। ସାମାନ୍ୟ ବଚସାରୁ କଲେଜ ଛାତ୍ରଙ୍କୁ ବିଭତ୍ସ ହତ୍ୟା। ଝାରସୁଗୁଡ଼ା ବେଲପାହାଡ଼ ଅଞ୍ଚଳରେ ଘଟିଛି ଏହି ଅମାନୁଷିକ ଘଟଣା। ମୃତକ ହେଲେ ଜୁନାଡିହି କଲେଜର ଛାତ୍ର ରାହୁଲ ମାହାତ। ହତ୍ୟାକାଣ୍ଡ ଘଟାଇବା ପରେ ୪ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି।
ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲା ସ୍ଥିତ ଜୁନାଡିହି କଲେଜର ଦୁଇ ଛାତ୍ର ରାହୁଲ ମାହାତ ଏବଂ ଆକାଶ ସାହୁ କୌଣସି କାମରେ ସ୍କୁଟିରେ ଯାଉଥିଲେ। ହଠାତ ଏକ କାର ସହ ତାଙ୍କ ବାଇକ ଦୁର୍ଘଟଣା ହୋଇଥିଲା। କାରରେ ଥିବା ୪ ଜଣ ଯୁବକଙ୍କ ସହ ରାହୁଲ ଏବଂ ଆକାଶଙ୍କ ପାଟି ତୁଣ୍ଡ ହୋଇଥିଲା। ସେହି ସମୟ ସାମାନ୍ୟ ବଚସା ଏହା ଭୟଙ୍କର ରୂପ ନେଇଥିଲେ। କିଛି ମୁହୂର୍ତ୍ତ ଭିତରେ ସେହି ୪ ଯୁବକ ଉଭୟ ଦୁଇ ଛାତ୍ରଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଯାହାଫଳରେ ଘଟଣାସ୍ଥଳରେ ହିଁ ରାହୁଲଙ୍କର ମୃତ୍ୟୁ ଘଟିଥିଲା ଇବମା କଷାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଆକାଶକୁ ଡାକ୍ତରଖାନାରେ ଭର୍ତି କରିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।