ଭୁବନେଶ୍ୱର : ଆଜି ପ୍ରକାଶ ପାଇପାରେ ସିବିଏସଇ ଦ୍ବାଦଶ ରେଜଲ୍ଟ। ମଧ୍ୟାହ୍ନ ୧୨ଟାରେ ରେଜଲ୍ଟ ବାହାରିବା ନେଇ ସୂଚନା ଦେଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ। ରେଜଲ୍ଟ ବାହାରିବା ପରେ ପରୀକ୍ଷାର୍ଥୀମାନେ‘cbse.gov.in’,‘cbseresults.nic.in’ଓ‘results.cbse.nic.in’ ମାଧ୍ୟମରେ ଫଳ ଜାଣିପାରିବେ। ଏଥିସହ ଡିଜିଲକର ଓ ଉମଙ୍ଗ ଆପ୍, ଆଇଭିଆରଏସ୍ ଓ ଏସଏମଏସ ମାଧ୍ୟମରେ ବି ପରୀକ୍ଷାଫଳ ଉପଲବ୍ଧ ହେବ। ପରୀକ୍ଷାଫଳ ପ୍ରକାଶ ପାଇବାର କିଛି ସମୟ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଅବଗତ କରାଯିବ। ସ୍କୁଲରେ ମଧ୍ୟ ଛାତ୍ରଛାତ୍ରୀ ନିଜ ରୋଲ ନମ୍ବର ମଧ୍ୟରେ ନିଜ ରେଜଲ୍ଟ ଚେକ କରିପାରିବେ ବୋଲି ସିବିଏସ୍ଇ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଡିଜାଇଛି କୁହାଯାଇଛି। ଏହାସହିତ ଯଦି କୌଣସି ଛାତ୍ରଛାତ୍ରୀଙ୍କର କୌଣସି ସବଜେକ୍ଟରେ କମ ମାର୍କ ଆସିଥାଏ ତେବେ ସେମାନଙ୍କ ରିଚେକିଂ ପାଇଁ ମଧ୍ୟ ସୁବିଧା ଦିଆଯିବ।
ଅଧିକ ପଢନ୍ତୁ ; ଉତ୍ତର ଶ୍ରୀଲଙ୍କା ଉପକୂଳରେ ଲଘୁଚାପ ; ୧୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ