ଭୁବନେଶ୍ୱର : ଦକ୍ଷିଣପଶ୍ଚିମ ବଙ୍ଗୋପସାଗରର ଉତ୍ତର ଶ୍ରୀଲଙ୍କା ଉପକୂଳରେ ଲଘୁଚାପ ସୃଷ୍ଟି। ଆସନ୍ତା ୨୪ ଘଣ୍ଟାରେ ଆହୁରି ଅଧିକ ଘନୀଭୂତ ହେବ ଲଘୁଚାପ। ତେବେ ଲଘୁଚାପ ବାତ୍ୟାର ରୂପ ନେବାର ମଧ୍ୟ ସମ୍ଭାବନା ରହିଛି। ଆଇଏମଏଡିର ଜିଏଫସ ମଡେଲର ଆକଳନ ଅନୁସାରେ, ଲଘୁଚାପ ଘନୀଭୂତ ହୋଇ ୧୭ ତାରିଖ ବେଳକୁ ଅବପାତର ରୂପ ନେଇପାରେ। ଆଜି ବିଭିନ୍ନ ଜିଲ୍ଲାରେ ଘଡଘଡି ବିଜୁଳି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଆଜି ୧୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।
ଏହି ଲଘୁଚାପ ଯୋଗୁଁ ଉପକୂଳବର୍ତ୍ତୀ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ବର୍ଷା ଓ ବଜ୍ରପାତର ପରିମାଣ ବଢ଼ିବ। ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି। ବିଶେଷ କରି ଆନ୍ଧ୍ରପ୍ରଦେଶ ପାଇଁ ୧୪ ମଇ ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରାଯାଇଛି। ପୂର୍ବ ଓ ଦକ୍ଷିଣ ଭାରତରେ ଜାରି ରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ଏହି ଲଘୁଚାପ ମୁକ୍ତି ଦେଇପାରେ। ବର୍ଷା ଯୋଗୁଁ ତାପମାତ୍ରା ହ୍ରାସ ପାଇବ ଏବଂ ପାଗ କୋହଲା ରହିବ। ଉପକୂଳବର୍ତ୍ତୀ ଅଞ୍ଚଳରେ ୟେଲୋ କିମ୍ବା ଅରେଞ୍ଜ ଆଲର୍ଟ ଜାରି କରାଯାଇପାରେ। ଅନ୍ୟପଟେ ଆଗାମୀ୨-୩ ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ।
ଅଧିକ ପଢନ୍ତୁ ; ମାଡି ଆସୁଛି ଲଘୁଚାପ ; ୧୨ଟି ଜିଲ୍ଲାକୁ ସତର୍କ ସୂଚନା