ସୋର: ପାର୍ସଲ ଡେଲିଭରି ଟ୍ରକରୁ ଚୋରା ଗଞ୍ଜେଇ ଜବତ। ଖୁଲମ ଖୁଲା ହେଉଥିଲା ପୁଳା ପୁଳା ଚୋରା ଗଞ୍ଜେଇ ଚାଲାଣ। ହେଲଫର ସିଟରୁ ମଧ୍ୟ ଜବତ ହୋଇଛି ପୁଳାପୁଳା ଗଞ୍ଜେଇ। ସର୍ବମୋଟ ୨୨ ପ୍ୟାକେଟ ଗଞ୍ଜେଇ ଜବତ କରିଛି ପୋଲିସ। ତେବେ ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବା ନେଇ ସୂଚନା ଦେଇଛି ପୋଲିସ। ଡ୍ରାଇଭର, ହେଲପର ଘଟଣାସ୍ଥଳରୁ ଫେରାର। ପାର୍ସଲ ଡେଲିଭରି ଟ୍ରକକୁ ଗଞ୍ଜେଇ କିପରି ଆସିଲା ସେ ନେଇ ତଦନ୍ତ କରୁଛି ପୋଲିସ।
ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲାର ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଚପରପଦାରେ ଏକ ସିମେଣ୍ଟ ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ପାର୍ସଲ ଡେଲିଭେରୀ ଟ୍ରକ। ଏହାପରେ ଉଭୟ ଟ୍ରକ ଦୁଇ ପାଶ୍ୱକୁ ଓଲଟି ପଡିଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଛାନଭିନ କରିବା ବେଳେ ପାର୍ସଲ ଡେଲିଭରି ଟ୍ରକରୁ ଗଞ୍ଜେଇ ମିଳିଥିଲା। ଏପରିକି ପରେ ପାର୍ସଲ ଟ୍ରକ ହେଲପର ଓ ଡ୍ରାଇଭର ସିଟ ନିକଟରୁ ମିଳିଥିଲା ପୁଳାପୁଳା ଗଞ୍ଜେଇ। ଯାହାର ବଜାରରେ ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ। ଗଞ୍ଜେଇ ଜବତ ହେଉଥିବା ଦେଖି ଟ୍ରକ ଡ୍ରାଇଭର, ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏବେବି ପୋଲିସର ଛାନଭିନ ଜାରି ରହିଛି।
ଅଧିକ ପଢନ୍ତୁ ; ବସକୁ ପଛରୁ ପିଟିଲା ଟ୍ରକ, ଅଳ୍ପକେ ବଞ୍ଚିଲେ ୪୧ ଯାତ୍ରୀ