କୋଲକାତାରୁ ଆସୁଥିବା ଯାତ୍ରୀବାହୀ ବସକୁ ପଛରୁ ପିଟିଛି ମାଲ ବୋଝେଇ ଟ୍ରକ । ୪ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ୨ ଜଣ ଗୁରୁତର ଅଛନ୍ତି । ଗୁରୁତର ହୋଇଥିବା ଯାତ୍ରୀଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗାଡିରେ ୪୧ ଜଣ ଯାତ୍ରୀ ଥିବାବେଳେ ଅଳ୍ପକେ ବଞ୍ଚିଯାଇଛନ୍ତି । ଏଭଳି ଘଟଣା ଘଟିଛି ବାଲେଶ୍ୱର ଖନ୍ତାପଡ଼ା ଥାନା ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ।
ସୂଚନା ଅନୁଯାୟୀ ଯାତ୍ରୀବାହୀ ବସଟି କୋଲକାତା ବାବୁଘାଟରୁ ପାରାଦ୍ୱୀପ ଅଭିମୁଖେ ଆସୁଥିଲା। ବସରେ ପ୍ରାୟ ୪୦ ରୁ ଅଧିକ ଯାତ୍ରୀ ଓ ବସ କର୍ମଚାରୀ ଉପସ୍ଥିତ ଥିଲେ । ବିଳମ୍ବିତ ରାତିରେ ବାଲେଶ୍ୱର ଖନ୍ତାପଡ଼ା ଥାନା ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ମାଲ ବୋଝେଇ ଟ୍ରକ, ବସକୁ ପଛପଟୁ ଧକ୍କା ଦେଇଛି, ଯାହାଫଳରେ ବସରେ ୩ ଜଣ ଯାତ୍ରୀଙ୍କ ସମେତ ବସ ହେଲପର ମଧ୍ୟ ଆହତ ହୋଇଛନ୍ତି ।
ଖବର ପାଇ ଖନ୍ତାପଡ଼ା ପୋଲିସ ଘଟଣାସ୍ଥଳରେ ପଛଞ୍ଚିଥିଲା ଓ ଆହତ ମାନଙ୍କୁ ଖନ୍ତାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରଯାଇଛି । ବିଳମ୍ବିତ ରାତିରେ ଟ୍ରକ ଚଳାଉଥିବାରୁ ଡ୍ରାଇଭରଙ୍କ ଆଖି ଲାଗିଯିବ ଫଳରେ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି । ଖନ୍ତାପଡ଼ା ପୋଲିସ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ, କିନ୍ତୁ ଖନ୍ତାପଡ଼ା ପୋଲିସ ଅଧିକ ତଦନ୍ତ ଜାରି ରଖିଛି।