ସମ୍ବଲପୁର : କୃଷି ଭିତ୍ତିକ ମହାନ ଗଣପର୍ବ ନୂଆଁଖାଇ ଦିନ ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀ ମନ୍ଦିରକୁ ଯାଇ ମାଁଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ରବିନାରାୟଣ ନାଏକ, ସୁରେଶ ପୁଜାରୀ, ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ଉଭୟେ ମାଁ ସମଲେଶ୍ଵରୀ ଙ୍କ ଦର୍ଶନ କରି ପୁଜାର୍ଚ୍ଚନା କରିବା ସହ ମାଁ ଙ୍କ ଆଶିର୍ବାଦ ନେଇଥିଲେ।
ଏଥିସହିତ ରାଜ୍ୟ ବାସିନ୍ଦା ଙ୍କ ସୁଖ ସମୃଦ୍ଧି ପାଇଁ ମାଁ ସମଲେଶ୍ଵରୀଙ୍କ ଠାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିଥିଲେ। ତେବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମାଁ ଙ୍କ ନିକଟରେ ପୁଜାର୍ଚ୍ଚନା କରି ରାଜ୍ୟ ବାସିନ୍ଦା ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ଏଥିସହ ଚଳିତ ଖରିଫ ରୁତୁରୁ ୩୧୦୦ ଟଙ୍କାରେ ଚାଷୀଙ୍କ ଠାରୁ ଧାନ କିଣା ହେବା ସହ ରାଜ୍ୟରେ ଯୁଗାନ୍ତକାରୀ ସୁଭଦ୍ରା ଯୋଜନା କାର୍ଯକାରୀ ପାଇଁ ପଦକ୍ଷେପ ନେବାକୁ ବ୍ୟବସ୍ଥା କରାଯାଇଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ନୂଆଖାଇର ଶୁଭେଚ୍ଛା ଜଣାଇଥିଲେ ।
ପରେ ମାଁ ସମଲେଶ୍ଵରୀ ମନ୍ଦିର ପରିସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀ ମାନେ ମିଳିତ ଭାବରେ ନୂଆଁଖାଇର ନବାନ୍ନ ଭୋଗ ପ୍ରସାଦ ସେବନ ସେବନ କରିଥିଲେ।ଏହି ଅବସରରେ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀଙ୍କ ସହ ଅନ୍ୟାନ୍ୟ ମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।